ଫଳ ଖାଇବା ସମୟରେ ଏହି ସବୁ ପ୍ରତି ଦିଅନ୍ତୁ ଧ୍ୟାନ

ଶରୀରକୁ ସବୁଠୁ ଅଧିକ ପୋଷକ ତତ୍ତ୍ୱ ଯୋଗାଇଥାଏ । ଏହାର ସାଲାଡ ମଧ୍ୟ ସବୁଠୁ ଭଲ । ହେଲେ କେତେବେଳେ ଖାଇବେ ତାହା ଜାଣି ରଖିବା ଜରୁରୀ । ଫ୍ରୁଟ ସାଲାଡ ଖାଇବାକୁ ଅନେକ ଭଲ ପାଆନ୍ତି ହେଲେ ଏହାକୁ ଖାଇବାର ସମୟ କିନ୍ତୁ ଗୁୁରୁତ୍ୱପୂର୍ଣ୍ଣ । ଯେମିତି କି, ଦ୍ୱିପହର ଖାଇବା ସମୟରେ ଅନେକ ସାଲାଡ ଭାବେ ଫଳକୁ ବ୍ୟବହାର କରନ୍ତି ।ହେଲେ ଯଦି ଆପଣଙ୍କର ଏପରି ଅଭ୍ୟାସ ଥାଏ ତେବେ ଏହାକୁ ତୁରନ୍ତ ବଦଳାଇବାକୁ ଚେଷ୍ଟା କରନ୍ତୁ । କାରଣ ଖାଦ୍ୟ ଖାଇବା ସହ ଫ୍ରୁଟ ସାଲାଡ ଖାଇବା ଶରୀର ପାଇଁ କ୍ଷତିକାରକ । ଆପଣ ହୁଏତ ଜାଣିଥାଇପାରନ୍ତି ଯେ, ଆୟୁର୍ବେଦ ଅନୁସାରେ ଖାଦ୍ୟ ଖାଇବା ସମୟରେ ଫ୍ରୁଟ ସାଲାଡ ଖାଇବା ବର୍ଜ୍ୟ । ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

ଫଳ ଖାଇବାର ଉପାଦେୟତା ତ ସମସ୍ତଙ୍କୁ ଊଣା ଅଧିକେ ଜଣାଥିବ । ଏହା ଅନ୍ୟ ଖାଦ୍ୟ ଅପେକ୍ଷା ଅତି ସହଜରେ ଓ ଶିଘ୍ର ହଜମ ହୋଇଯାଏ । ହେଲେ ଖାଦ୍ୟ ଖାଇବା ସହ ଏହାକୁ ଗ୍ରହଣ କଲେ ଏହା ଶରୀରରେ ରାସାୟନିକ ପ୍ରକ୍ରିୟା ଘଟାଇ ଏକ ପ୍ରକାର ବିଷାକ୍ତ ପଦାର୍ଥ ସୃଷ୍ଟି କରେ ଯାହାକୁ ‘ଆମା’(ବଜ୍ଞବ) ଭାବେ ଜଣାଯାଏ ।

ଖାଦ୍ୟ ସହିତ ଫଳ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ହ୍ରାସ ପାଇଥାଏ । ଆହୁରି ମଧ୍ୟ, ଅଧିକାଂଶ ଭାରୀ ଖାଦ୍ୟ ହଜମ ନହେବା ପର୍ୟ୍ୟନ୍ତ ଫଳ ମଧ୍ୟ ହଜମ ହୁଏ ନାହିଁ ଫଳରେ ଶରୀରକୁ ଠିକ ଭାବେ ପୋଷକ ତତ୍ତ୍ୱ ମିଳିପାରେ ନାହିଁ ।

ଭାରୀ ଖାଦ୍ୟ ଖାଇବା ସହ ଫ୍ରୁଟ ସାଲାଡ ସେବନ କରିବା ଦ୍ୱାରା ଖାଦ୍ୟ ହଜମ ବଦଳରେ ପଚିଯାଏ । ଏଥିରେ ଯେଉଁ ଫର୍ମେଣ୍ଟେସନ୍ ପ୍ରକ୍ରିୟା ଆରମ୍ଭ ହୁଏ ସେଥିରେ ଗ୍ୟାସ ସମସ୍ୟା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜିକାଲି ସ୍ୱାସ୍ଥ୍ୟ ଅପେକ୍ଷା ପାଟିର ସ୍ୱାଦକୁ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି । ତେଣୁ ଯେଉଁ ଯେଉଁ ଖାଦ୍ୟର ସମ୍ମିଶ୍ରଣ ବର୍ଜନୀୟ ତାହାକୁ ହିଁ ମିଶାଇ ଖାଉଛନ୍ତି ଫଳରେ ସମୟ କ୍ରମେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି । ହେଲେ ଏହାର କାରଣ ଉପରେ ନଜର ପକାଉନାହାଁନ୍ତି । ଆମେ ଅନେକ ସମୟରେ ଫ୍ରୁଟ ସାଲାଡ ପାଇଁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିଥାଉ । ହେଲେ ଆପଣ ଜାଣନ୍ତି ଦୁଗ୍ଧଜାତ ଦ୍ରବ୍ୟ ସହ ଫଳ ମିଶାଇ ଖାଇବା ଦ୍ୱାରା ମୁଖ ବ୍ରଣ, ସୋରିଆସିସ୍ ଓ ଏକଜିମା ପରି ସମସ୍ୟା ଦେଖାଦେଇଥାଏ ।

ଶରୀରର ଶକ୍ତି ପାଇଁ ଫଳ ଏକ ବିଶେଷ ସ୍ରୋତ ନିଶ୍ଚୟ । ଫଳ ଖାଇଲେ ପାଚନ ଅଗ୍ନି ତ୍ୱରାନ୍ୱିତ ହୋଇଥାଏ । ହେଲେ ଭାରୀ ଖାଦ୍ୟ ସହ ଏହାକୁ ଖାଇଲେ, ପାଚନ ଅଗ୍ନି ବାଧାପ୍ରାପ୍ତ ହୋଇ ଗ୍ୟାସ ସମସ୍ୟା କିମ୍ବା ଫୁଡ ପଏଜନିଙ୍ଗ ଭଳି ସମସ୍ୟା ଦେଖାଦେଇପାରେ ।

ତେବେ ଫଳ ଖାଇବାର ସଠିକ୍ ସମୟ କ’ଣ?

ଆୟୁର୍ବେଦ ଅନୁଯାୟୀ, ଫଳ ଖାଇବାର ସଠିକ୍ ସମୟ ହେଉଛି ସକାଳ ଜଳଖିଆ ଖାଇବାର ଅଧଘଣ୍ଟା ପରେ ଆପଣ ଫଳ ଖାଇ ପାରିବେ । କିମ୍ବା ବ୍ୟାୟାମ ପୂର୍ବରୁ କିମ୍ବା ପରେ ମଧ୍ୟ ଫଳାହାର କରିପାରିବେ । ଏହାଦ୍ୱାରା ଆପଣ ଶରୀର ସର୍ବାଧିକ ପୋଷକ ପାଇଥାଏ ।

Comments are closed.