ଭୁଲରେ ଏହି ରୋଗୀ ଖାଆନ୍ତୁ ନାହିଁ ଅମୃତ ଭଣ୍ଡା, ଜାଣନ୍ତୁ କାହିଁକି

ଆମ ଦେଶରେ ଅମୃତଭଣ୍ଡା ଏମିତି ଏକ ଫଳ ଯାହାକି କେଉଁଠି ବି ସହଜରେ ମିଳିଯାଇପାରେ । ଏହି ଫଳରେ ଫାଇବର,ମିନେରାଲ, ଭିଟାମିନ ସି ଓ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଭରପୁର ହୋଇ ରହିଥାଏ । ଓଜନ ହ୍ରାସ କରିବା ଠାରୁ ଅନେକ ରୋଗର ନିରାକରଣ ପାଇଁ ଅମୃତଭଣ୍ଡା ବେସ ଉପଯୋଗୀ । ଦୈନିକ ଅମୃତଭଣ୍ଡା ଖାଇବା ଦ୍ୱାରା ହୃଦରୋଗ, ମଧୁମେହ, କର୍କଟ ଓ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୋଟିଏ ପଟେ ଅମୃତଭଣ୍ଡା ବହୁତ ଭଲଖାଦ୍ୟ ହୋଇଥିବା ବେଳେ ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ।

ଗର୍ଭବତୀ ମହିଳା : ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଅମୃତଭଣ୍ଡାରେ ଲେଟେକ୍ସ ଓ ପୈପିନ ଥିବାରୁ ଏହା ମହିଳାଙ୍କ ଗର୍ଭାଶୟକୁ ସଂକୁଚିତ କରିପାରେ । ଏହାଦ୍ୱାରା ଲେବର ପେନ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ଏହା ଗର୍ଭରେ ଥିବା ଭୃଣକୁ ସହାୟତା ଯୋଗାଉଥିବା ଝିଲ୍ଲୀକୁ ଦୁର୍ବଳ ବି କରିପାରେ । ଅଧା ପାଚିଥିବା ଅମୃତଭଣ୍ଡା ଗର୍ଭବତୀ ମହିଳାମାନଙ୍କ ପାଇଁ ବିଶେଷ କ୍ଷତିକାରକ ।

ଅନିୟମିତ ହୃଦସ୍ପନ୍ଦନ : ଅମୃତଭଣ୍ଡା ଖାଇବା ଦ୍ୱାରା ହୃଦରୋଗ କମ ହୋଇପାରେ ହେଲେ ଆପଣ ଯଦି ପୂର୍ବରୁ ଅନିୟମିତ ହୃଦସ୍ପନ୍ଦନ ରୋଗରେ ପୀଡିତ ତେବେ ଏହି ଫଳରେ ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡିପାରେ । ଅଧ୍ୟାପନା ମୁତାବକ ଅମୃତଭଣ୍ଡାରେ ଥିବା ସାଇନୋଜେନିକ ଗ୍ଲାଇକୋସାଇଡ, ଏମିନୋଏସିଡ ଆପଣଙ୍କ ପାଚନ ତନ୍ତ୍ରରେ ହାଇଡ୍ରୋଜେନ ସାଇନାଇଡ ଉତ୍ପନ କରିପାରେ । ଅଧିକ ମାତ୍ରାରେ ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କିଡନୀ ଷ୍ଟୋନ : ଅମୃତଭଣ୍ଡାରେ ଭିଟାମିନ ସି ପ୍ରଚୁରମାତ୍ରାରେ ଭରପୁର ହୋଇ ରହିଥାଏ । ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ କିଡନୀ ଷ୍ଟୋନ ସମସ୍ୟାକୁ ଗମ୍ଭୀର କରିପାରେ । ଭିଟାମିନ ସି ମାତ୍ରାଧିକ ସେବନ ଦ୍ୱାରା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସୃଷ୍ଟି କରିପାରେ । ଏହା ପଥର ଆକାରରେ ବୃଦ୍ଧି ହୋଇପାରେ । ଏହାଦ୍ୱାରା ପରିଶ୍ରା କରିବା ବେଳେ କଷ୍ଟ ଅନୁଭବ ହୋଇଥାଏ ।

ହାଇପୋଗ୍ଲାସିମିୟା : ମଧୁମେହ ରୋଗୀଙ୍କ ପାଇଁ ଅମୃତଭଣ୍ଡା ସବୁଠାରୁ ଭଲ ଖାଦ୍ୟ । ଏହା ବ୍ଲଡ ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ । ହେଲେ ମଧୁମେହ ସହ ହାଇପୋଗ୍ଲାସିମିଆ ଥିବା ରୋଗୀମାନେ କେବେ ବି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ ।

Comments are closed.