ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ସେ କହିଛନ୍ତି , ଦକ୍ଷିଣ ରାଜ୍ୟ ମାନଙ୍କରେ ବିଜେପି ନିଜର ଅପରେସନ୍ ଲୋଟସକୁ ଜୋରଦାର କରିବାକୁ ଚାହୁଁଛି । ଏହି କ୍ରମରେ ବିଜେପି କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କୁ ଟଙ୍କାର ଲୋଭ ଦେଖାଇ ଏଠାରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚାହୁଁଛି’।

ସିଦ୍ଧରମୟା ଆହୁରି ମଧ୍ୟ କହିଛନ୍ତି ଯେ, ‘ ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିଶେଷ କରି କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କୁ ନିଜ ଆଡକୁ କରି ସରକାର ଭାଙ୍ଗଇବାକୁ ଚେଷ୍ଟା କରିଛି । ଏଥିପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଅଫର ମଧ୍ୟ ଦେଇଛି । ହେଲେ ତା’ର ଷଡଯନ୍ତ୍ର ବିଫଳ ହୋଇଛି । ଏଠାରେ କଂଗ୍ରେସ ସରକାର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବ । ତାଙ୍କର ନିଜ ବିଧାୟକଙ୍କ ଉପରେ ବିଶ୍ୱାସ ରହିଛି । ସେମାନେ କେବେବି ଦଳ ଛାଡି ଯିବେ ନାହିଁ । ବିଜେପି ନିଜ ଉଦ୍ଦେଶ୍ୟରେ ହାରିଛି । ତାଙ୍କର ବିଶ୍ୱାସ ଅଛି ଯେ, ଟଙ୍କ ଲୋଭରେ ଭବିଷ୍ୟତରେ ବି ଜଣେ ହେଲେ ବିଧାୟକ ପାର୍ଟି ଛାଡିବେ ନାହିଁ’ । ତାଙ୍କର ଏହି ଇଣ୍ଟରଭ୍ୟୁ ସୋସିଆଲ ମିଡିରେ ଜୋର ଧରିଛି ।

Comments are closed.