ଯାଞ୍ଚ ହେଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିଜ ନିଜ ଷ୍ଟାଇଲ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଜୋରସୋର୍‌ରେ ପ୍ରଚାର କରୁଛନ୍ତି। ତେବେ ସୋମାବାର ହଠାତ୍‌ ପ୍ରଚାର ବେଳେ ତାଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଲ୍ୟାଣ୍ଡ କରିବା ପରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟରର ତଲାସୀ ନେଇଛନ୍ତି।

ରାହୁଲ ଗାନ୍ଧି ସୋମବାର ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଅଭିମୁଖେ ଯାଉଥିଲେ, ଯେଉଁଠାରେ ତାଙ୍କର ସାଧାରଣ ସଭା ସମେତ ଅନେକ କାର୍ଯ୍ୟକଳାପ ରହିଛି। ତେବେ ହେଲିକପ୍ଟର ଏଠାରେ ଅବତରଣ କରିବା ତାମିଲନାଡୁର ନିଲଗୀରି ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି। ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଭିତରେ ପଶି ଖୋଳତାଢ଼ କରିଥିବା ପୁଲିସ ସୂଚନା ଦେଇଛି।

Comments are closed.