ଇଦରୀ ମସଜିଦରେ ‘ହର ହର ମୋଦି, ଘର ଘର ମୋଦି’ର ନାରା

ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଭୋପାଳରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଥିବା ଆଲିଗଞ୍ଜ ହାଇଦରୀ ମସଜିଦରେ ‘ହର ହର ମୋଦି, ଘର ଘର ମୋଦି’ର ସ୍ଲୋଗାନ ଦିଆଯାଇଛି। ଏହା ବ୍ୟତୀତ ଲୋକମାନେ ’‘ମୋଦି ହୈ ତୋ ମୁମକିନ ହୈ’ ର ସ୍ଲୋଗାନ ମଧ୍ୟ ଦେଇଥିଲେ। ଆହୁରି ମଧ୍ୟ ବୋହରା ସମ୍ପ୍ରଦାୟ ମସଜିଦ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଉଡାଇଥିଲା।

ବୋହରା ସମ୍ପ୍ରଦାୟ ଭାଜପା ପ୍ରାର୍ଥୀ ଆଲୋକ ଶର୍ମାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ସମାଜର ଲୋକମାନେ ଏକତ୍ରିତ ହୋଇ ‘ଅବକି ପାର ୪୦୦ ପାର’ ସ୍ଲୋଗାନ ଦେଇଥିଲେ। ଏଥିସହିତ ମସଜିଦର ଆମିଲ ଜୋହର ଅଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମେ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ସମ୍ମାନ କରୁ, ଆମର ତାଙ୍କ ସହ ଘର ଭଳି ସମ୍ପର୍କ ଅଛି। ଆଲ୍ଲା ତାଙ୍କୁ ସଫଳତା ଦିଅନ୍ତୁ।

ଅମିଲ ଜୋହର ଅଲି ଆହୁରି ମଧ୍ୟ କହିଛନ୍ତି, ଆମେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉଛୁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମର ଭଲ ସମ୍ପର୍କ ଅଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୟଦାନା ସାହେବଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି।

Comments are closed.