କାହାଠାରୁ ଅପମାନର ଶୀକାର ହେଉଥିଲେ କରନ୍ତୁ ହ୍ୟାଣ୍ଡେଲ

ଭୁବନେଶ୍ୱର: ଘରେ ଓ ବାହାରେ ବିଭିନ୍ନ ପ୍ରକାରର ଲୋକ ଆମ ସଂସ୍ପର୍ଶରେ ଆସନ୍ତି । କେହି କେହି ଅମକୁ ଭଲ ରାସ୍ତା ଦେଖାନ୍ତି ତ କେହି କେହି ଆମକୁ ନିଜ ପ୍ରଶଂସା କରି କମେଣ୍ଟ କରନ୍ତି । କିଛି ଲୋକ ସର୍ବଦା ଆମ ଭିତରେ କମି ଖୋଜିବାକୁ ଜଗିବସିଥାନ୍ତି ।

ଅଧିକାଂଶ ଲୋକ ଏଭଳି ଲୋକଙ୍କୁ ଜୀବନରେ ଭେଟିଥାନ୍ତି, ଯିଏ ସମୟ ମିଳିବାମାତ୍ରେ ଅପମାନିତ କରିଥାନ୍ତି । ତେବେ ଏହି ଲୋକମାନଙ୍କ ସହ ମୁକାବିଲା କରିହେବ । କିଭଳି ସେମାନଙ୍କୁ ହ୍ୟାଣ୍ଡେଲ କରିବେ ସେ ବିଷୟରେ ଜାଣନ୍ତୁ :

ଯଦି କେହି ତୁମକୁ ଖରାପ କହୁଛି ତେବେ ତାକୁ ଜବାବ ଦିଅନାହିଁ । ବରଂ ତାଙ୍କଠାରୁ ନିଜର ଖରାପଗୁଣ ବିଷୟରେ ଭଲଭାବେ ପଚାରି ବୁଝିବା ଉଚିତ ।

ଯଦି ସେ ତାହା କୁହନ୍ତି ତେବେ ସେହି ଖରାପଗୁଣକୁ ଦୂର କରିବାର ଉପାୟ ବିଷୟରେ ମଧ୍ୟ ପଚାରିବା ଉଚିତ । ସେ ଉପାୟ କହିବାର ଶୈଳୀରୁ ଅନୁମାନ କରନ୍ତୁ ଯେ ସେ ଆପଣଙ୍କୁ ଅପମାନିତ କରୁଥିଲେ କି ପ୍ରକୃତରେ ଉନ୍ନତ କରିବାକୁ ଚାହୁଁଥିଲେ ।
ଯଦି କେହି ତୁମକୁ ଅପମାନିତ କରିବା ଲାଗି ତୁମ ଭିତରେ ଥିବା ଅଭାବୀପଣ ଏବଂ ଖରାପଗୁଣ ବିଷୟରେ କହି ବୁଲିଥାଏ । ତେବେ ସେହି ବ୍ୟକ୍ତିଙ୍କ ବିଷୟରେ ଭଲ କହି, ତାଙ୍କୁ ଉଚ୍‌ଚ ଦେଖାଇ ତାଙ୍କୁ ତୁମେ ଅପମାନିତ କରିପାରିବ ।

କେହି ଅପମାନିତ କରୁଥିବା ବେଳେ ତାଙ୍କ ପରିବାରକୁ କେବେ ଦୁର୍ବବ୍ୟବହାର କରନ୍ତୁ ନାହିଁ । ବରଂ ସେହି ସମୟରେ ରାଗକୁ ଶାନ୍ତ ରଖନ୍ତୁ ଏବଂ ବେଶ ସଂଯମତାର ସହ କାର୍ଯ୍ୟ କରନ୍ତୁ । ବୁଝି ବିଚାରି ପରେ ଭଲ ଭାବେ ଜବାବ ରଖନ୍ତୁ ।

ଖରାପ କହି ଭଲ କହିବା ଶିଖନ୍ତୁ । ଯେଭଳି ଆପଣ ଅନ୍ୟମାନଙ୍କ ଭୁଲ ବାହାର କରି ତାକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି, ସେଭଳି ଯଦି ଆପଣ ନିଜକୁ ଉନ୍ନତ କରିବାର ଚେଷ୍ଟା କରନ୍ତି ତେବେ ସଫଳ ହେବେ ।

ରାଗରେ ସାମ୍ନାରେ ଥିବା ବ୍ୟକ୍ତି କିଛି କଥା କହିଦେଲେ । ଯେଉଁଥିରେ ତୁମେ ରାଗିଗଲ ଏବଂ ରାଗରେ ଏଭଳି କିଛି କହିଦେଲ ଯାହାକୁ ନେଇ ତୁମକୁ ପରେ ଅନୁତାପ କରିବାକୁ ପଡ଼ିବ । ଏଣୁ କ୍ରୋଧରେ ଉତ୍ତର ଦିଅ ନାହିଁ, ମନକୁ ଶାନ୍ତ ରଖ ଏବଂ ବୁଦ୍ଧିମାନ ଭାବେ କାମ କରନ୍ତୁ ।

Comments are closed.