ନିଦ୍ରାହୀନ ବ୍ୟକ୍ତି ସ୍ୱାର୍ଥ୍ୟପର !

ଭୁବନେଶ୍ୱର: ମଣିଷ କର୍ମ ବ୍ୟସ୍ତତା ଓ ଟଙ୍କା ରୋଜଗାର ପାଇଁ ଏତେ ଚିନ୍ତାଗ୍ରସ୍ତ ହୋଇପଡ଼ୁଛି ଯେ ଶୋଇବା ଭୁଲି ଯାଉଛି । ଅନିୟମିତ ଖାଦ୍ୟ ପେୟ ମଧ୍ୟ ନିଦ୍ରାହିନତାର ମୁଖ୍ୟ କାରଣ ।

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକ ରହିଛି । ଯଦି ସଠିକ୍‌ ମାତ୍ରାରେ ନ ଶୋଇବା ତା’ହେଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ ।
ଯେପରିକି, ଉଦାସିନତା ଏବଂ ଚିନ୍ତା, ମାନସିକ ଅଶାନ୍ତି ଏବଂ ମେଦବହୁଳତା ଭଳି ଶାରୀରିକ ଅସୁସ୍ଥତା ଦେଖାଦେଇଥାଏ । ତେଣୁ ରାତିରେ ନିହାତି ୭-୮ ଘଣ୍ଟା ଶୋଇବା ଉଚିତ୍‌ ।

ନୂତନ ଅନୁସନ୍ଧାନ ଅନୁଯାୟୀ, ନିଦ୍ରାହୀନ ବ୍ୟକ୍ତି ସ୍ୱାର୍ଥ୍ୟପର ପ୍ରକୃତିର ହୋଇଥାନ୍ତି । ମନୋବିଜ୍ଞାନୀ ବେନ ସିମୋନଙ୍କ ମତରେ, ସଠିକ୍‌ ପରିମାଣରେ ନ ଶୋଇଲେ ଅନ୍ୟକୁ ସାହାଯ୍ୟ କରିବା ଆଚରଣକୁ ପ୍ରଭାବିତ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଲୋକେ ଏକ ଘଣ୍ଟା ନିଦ ହରାନ୍ତି, ସେତେବେଳେ ଆମର ଅନ୍ତର୍ନିହିତ ମାନବିକ ଦୟା ଏବଂ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ଉପରେ ସ୍ପଷ୍ଟ ଆଘାତ ଲାଗିଥାଏ ।

Comments are closed.