ପୁଣି ବିଜେପିକୁ ଫେରିଲେ ଜୀବନ

ବାଲେଶ୍ୱର,୧୪ ।୧: ବିଜେପିରେ ପୁଣି ମିଶିଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଜୀବନ ।

ତେବେ ବାଲେଶ୍ୱର ଉପନିର୍ବାଚନ ପରେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଉପନିର୍ବାଚନ ବେଳେ ଅଡିଓ ଭାଇରାଲ ନେଇ ପଦକ୍ଷେପ ନିଆଯାଇଥିଲା । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଦା କରାଯାଇଥିଲା । ୨୦୦୯ରେ ବିଜେପି ଛାଡି ବିଜେଡିରେ ମିଶିଥିଲେ ଜୀବନ । ଆଜି ପୁଣି ବିଜେପିକୁ ଫେରିବା ପରେ ଜୀବନଙ୍କ ପ୍ରଦୀପଙ୍କ ଘରବାହୁଡା ହୋଇଛି । ଅନ୍ୟପଟେ ଘରକୁ ଫେରିଥିବାରୁ ମୁଁ ବହୁତ ଖୁସି ଅଛି ବୋଲି ଜୀବନ କହିଛନ୍ତି । କୌଣସି ସର୍ତ୍ତ ନରଖି ଦଳକୁ ଫେରିଥିବା କହିଛନ୍ତି ଜୀବନ ପ୍ରଦୀପ ଦାଶ ।

Comments are closed.