ଓଡ଼ିଶାରେ ଟିକା ନେବେନି ୧୫ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ବର ୧୪।୧ : ରାଜ୍ୟରେ ଜାନୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟର ୧୫ହଜାର ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଘୋଷଣା ହୋଇଛି । କଳାବ୍ୟାଜ ପିନ୍ଧି ଟିକାକରଣ କାର୍ଯ୍ୟରେ ସାମିଲ ହେବେ, କିନ୍ତୁ ଟିକା ନେବେନି । କ୍ୟାଡର ରୁଲର ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । ସରକାର ନଶୁଣିଲେ ଫ୍ରେବୃଆରୀ ପହିଲାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଗଠନ ପକ୍ଷରୁ କୁହାଯାଇଛି ।

ତେବେ ଜାନୁଆରୀ ୧୬ ତାରିଖରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ ଚାଲିବ । ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନ ନଆସିଲେ ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ । କେବଳ ନିର୍ଦ୍ଧାରିତ ଦିନ ହିଁ ହିତାଧିକାରୀ ଟିକା ନେବେ, ଅନ୍ୟ ଦିନ ନୁହେଁ । ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ବେଳେ ଲକ୍ଷଣମୁକ୍ତ ନହେବା ଯାଏଁ କୋଭିଡ ଟିକା ନେଇ ପାରିବେନି ହିତାଧିକାରୀ । ପ୍ରଥମ ଡୋଜ ନେବାର କିଛି ଦିନରେ ପଜିଟିଭ୍ ଆସିଲେ, ୨ୟ ଡୋଜ୍ ନେବେନି । ୨୮ ଦିନ ପରେ ୨ୟ ଡୋଜ ନନେଇ ସୁସ୍ଥ ହେବା ଯାଏଁ ଅପେକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୪.୦୮ ଲକ୍ଷ ଡୋଜ୍ କୋଭିଡ ଟିକା ମିଳିଛି । ୧.୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ୨ଟି ଡୋଜ୍ ଦିଆଯିବ । ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ରାଜ୍ୟରେ ଟିକାକରଣ ନେଇ ଏସସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.