ଜମି ଅଧିଗ୍ରହଣକୁ ଜର୍ଜ ତୀର୍କୀଙ୍କ ବିରୋଧ : ଗ୍ରାମସଭା ବିନା ଦିଆଯିବନି ୧ ଇଞ୍ଚ

ରାଉରକେଲା ରାଜଗାଙ୍ଗପୁର ସ୍ଥିତ OCL ରେ ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି । କମ୍ପାନୀ ଜମି ଅଧିଗ୍ରହଣ କରିବାକୁ ତତ୍ପରତା ଦେଖାଇଛି । ଏନେଇ ଆସନ୍ତା ୮ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ପାଇଁ ଘୋଷଣା ସରିଛି । ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ବୀରମିତ୍ରପୁର ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତୀର୍କୀ । ତାଙ୍କ ମତରେ ବିନା ଗ୍ରାମସଭାରେ କମ୍ପାନୀ ଆଦିବାସୀ ଜମି ନେଇପାରିବ ନାହିଁ । ଏ ସମ୍ପର୍କରେ ରାଜ୍ୟପାଳ ଏବଂ ଜିଲ୍ଲାପାଳଙ୍କୁ କୈଫତ ମାଗିଥିବାବେଳେ, ଜିଲ୍ଲାପାଳ ଚିଠି ମାଧ୍ୟମରେ ଅସମର୍ଥତା ପ୍ରକାଶ କରିଛନ୍ତି । ଜନଶୁଣାଣି କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

Comments are closed.