ଜେସିବି ସାଜିଲା ଝିଅର ନୂଆ ପାଲିଙ୍କି

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବିବାହକୁ ନେଇ କିଏ କେତେ ସ୍ୱପ୍ନ ଦେଖିଥାଏ, ପରନ୍ତୁ ଜେସିବିରେ ଶାଶୂଘରକୁ ଯିବା ପାଇଁ କିଏ ବା ଭାବିଥାଏ । ଏପରି ଏକ ଘଟଣା ଘଟିଛି କର୍ଣ୍ଣାଟକର ସନ୍ତରାୟ ଗ୍ରାମରେ, ଯେଉଁଠି ବରଯାତ୍ରୀ ସହ ଜେସିବିକୁ ସଜାଇ ବର ପହଞ୍ଚିଥିଲା କନିଆ ଘରେ । ବିବାହ ପରେ ବି ବରକନିଆ ଜେସିବିରେ ହିଁ  ଘରକୁ ଫେରିଥିଲେ । ଉକ୍ତ ଦମ୍ପତ୍ତିକୁ ଜେସିବିରେ ଦେଖିବା ପାଇଁ ଗାଁ ଦାଣ୍ଡରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Comments are closed.