ବିବିସିି ଡୁକମେଣ୍ଟାରିକୁ ନେଇ ଏମିତି କହିଲେ ଜୟ ଶଙ୍କର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଏଏନ୍‌ଆଇକୁ ସାକ୍ଷାତକାରରେ କହିଛନ୍ତି ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ହୋଇଥିବା ବିବାଦୀୟ ବିବିସି ଡୁକମେଣ୍ଟାରି ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହା କୌଣସି ଆକସ୍ମିକ ଡକୁମେଣ୍ଟାରି ନୁହେଁ, ଏହା ପଛରେ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଏହାର ରିଲିଜ୍‌ ସମୟକୁ ନେଇ ମଧ୍ୟ ଜୟଶଙ୍କର ପ୍ରଶ୍ନ ଉଠାଇଛନ୍ତି। କିଛି ଲୋକ ଖୋଲାଖୋଲି ରାଜନୀତିକୁ ଆସିବାକୁ ସାହସ କରିନପାରି ଏଭଳି ଡକୁମେଣ୍ଟାରି ମାଧ୍ୟମରେ ରାଜନୈତିକ ସ୍ବାର୍ଥ ହାସଲ କରିବାକୁ ଚାହୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ୧୯୮୪ରେ ବି ଦିଲ୍ଲୀରେ ବହୁତ କିଛି ହୋଇଥିଲା, କିନ୍ତୁ ଏଭଳି କୌଣସି ଡକୁମେଣ୍ଟାରି ମୁଁ ଦେଖିନଥିଲି ବୋଲି ଜୟଶଙ୍କର କହିଛନ୍ତି।

ସାକ୍ଷାତକାରରେ ନିଜ ଜୀବନଯାତ୍ରା ସଂପର୍କରେ ଜୟଶଙ୍କର କହିଛନ୍ତି, ୨୦୧୯ରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ମିଳିଲା ଏବଂ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା। ‘ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୮୦ ରେ କ୍ଷମତାକୁ ଫେରିବା ପରେ ମୋ ବାପା ଡ କେ ସୁବ୍ରମଣ୍ୟମଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ପଦରୁ ହଟାଇ ଦେଇଥିଲେ। ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାପରେ ମୋ ପିତାଙ୍କଠାରୁ କନିଷ୍ଠ ଥିବା ଜଣେ ଅଧିକାରୀଙ୍କୁ କ୍ୟାବିନେଟ ସଚିବ କରାଯାଇଥିଲା। ଏହା ମୋ ପିତାଙ୍କୁ ଅନେକ ଦିନ ଧରି ବିଚଳିତ କରି ରଖିଥିଲା’ ବୋଲି ଜୟଶଙ୍କର କହିଛନ୍ତି।

Comments are closed.