ପୁଟିନଙ୍କ ସହ ମୋର ଭଲ ସମ୍ପର୍କ ରହିଛି ଟ୍ରମ୍ପ
ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧୀନରେ ଆମେରିକା ତଳକୁ ତଳକୁ ଖସିଚାଲିଛି ଏବଂ ସେ (ଟ୍ରମ୍ପ) ଆଉ ୪ ବର୍ଷ ଶାସନରେ ରହିଲେ ସବୁ ଠିକ୍ କରିଦେବେ। ‘ଟ୍ରୁଥ୍ ସୋସିଆଲ’ରେ ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଯଦି ଆଉ ଚାରିବର୍ଷ ଶାସନ କରିବା ପାଇଁ ସୁଯୋଗ ମିଳେ ତେବେ ବାଇଡେନଙ୍କ ନେତୃତ୍ବରେ ଦେଶରେ ଯେତିକି ସମସ୍ୟା ସୃଷ୍ଟି ହୋଇଛି ତାକୁ ସେ ଠିକ୍ କରିଦେଇପାରିବେ। ସେ ଯଦି ରାଷ୍ଟ୍ରପତି ଥାନ୍ତେ ତେବେ ପୁଟିନ କେବେହେଲେ ୟୁକ୍ରେନ୍ ଆକ୍ରମଣ କରି ନ ଥାନ୍ତେ କାରଣ ପୁଟିନଙ୍କ ସହ ଭଲ ସମ୍ପର୍କ ଥିବାରୁ ସେ ଆକ୍ରମଣକୁ ଟାଳି ଦେଇପାରିଥାନ୍ତେ ବୋଲି ଟ୍ରମ୍ପ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ଆଉ ଯେଉଁମାନେ ପ୍ରାର୍ଥୀ ହେବାର ସମ୍ଭାବନା ଅଛି, ସେମାନଙ୍କ ମଧ୍ୟରେ ଅଛନ୍ତି ରନ ଡିସାଣ୍ଟିସ୍, ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ପୂର୍ବତନ ସାଉଥ୍ କରୋଲିନା ରାଜ୍ୟପାଳ ନିକି ହାଲି, ଯିଏ କି ଜାତିସଂଘରେ ଟ୍ରମ୍ପଙ୍କ ରାଷ୍ଟ୍ରଦୂତ ଥିଲେ। ଦଳ ଭିତରେ ଟ୍ରମ୍ପ୍ଙ୍କ ପ୍ରତି ସମର୍ଥନ କମୁଥିବା ବେଳେ ନିକଟରେ ନିକି ହାଲି ତାଙ୍କ ପ୍ରାର୍ଥିତ୍ବ ସଂପର୍କରେ ଘୋଷଣା କରି ଟ୍ରମ୍ପ୍ଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି।
Comments are closed.