ଏକାଠି ହେଲେ କେଶିଆର ଓୱେସୀ

ନୂଆଦିଲ୍ଲୀ :ଆଗକୁ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ। ଏଥିରେ ବିଜେପିକୁ ଚେକ୍ ଦେବାକୁ ହାତ ମିଳାଇଛନ୍ତି ବିଆର୍‌ଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ଓ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦଦ୍ଦୁନ ଓୱେସୀ । ବିଜେପିକୁ ପରାସ୍ତ କରିବାକୁ ଓୱେସୀଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି କେସିଆର୍‌। ଏଆଇଏମଆଇଏମକୁ ସମର୍ଥନ କରିବାକୁ ସେ ନେଇଛନ୍ତି ନିଷ୍ପତ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ଘୋଷଣା ପରେ ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ ଓୱେସୀ ଟ୍ୱିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପାର୍ଟି ବିଆରଏସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ବିଜେପିକୁ ପରାଜିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଉଭୟ ଦଳ ଏବେ ବିଜେପି ଭୋଟରଙ୍କ ଉପରେ ନଜର ରଖିଛନ୍ତି । ଉଭୟ ଦଳ ମିଳିତ ଭାବେ ବିଜେପିର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି ।

Comments are closed.