‘ଜନତା କର୍ଫ୍ୟୁ’ ପାଇଁ ଖାଁ ଖାଁ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହର

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାସ : ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୄଷ୍ଟିରେ ରଖି ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ‘ଜନତା କର୍ଫ୍ୟୁ’ ର ପ୍ରଭାବ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହରର ବେସ ପଡୀଥିବା ଦେଖିବାକୁ ମିଲିଥିଲା । ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ସହରରେ ଲୋକେ ସ୍ୱତପୄତ ଭାବରରେ ଦୋକାନ ବଜାର ବନ୍ଦ କରି ନିଜ ଘରେ ରହି କରୋନା ବିରୋଧରେ ମହା ଲଡେଇ ରେ ସାମିଲ ହୋଇଥିବା ଦେଖିବାକୁ ମିଲିଥିଲା । ତେବେ ସହର ରେ ଆଜି ସମସ୍ତ ଦୋକାନ ବଜାର, ଵ୍ୟବସାୟିକ ପ୍ରତିଷ୍ଟାନ, ଯାନବାହନ ଚଲାଚଳ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ସେହିଭଳି ବସ ଚଲାଚଳ ସମେତ ଟ୍ରେନ ଚଲାଚଳ ଵନ୍ଦ ହେବା ସହ ସହରର ସମସ୍ତ ରାସ୍ତା ଘାଟ ସୁନସାନ ହୋଇଥିବା ଦେଖିବାକୁ ମିଲିଥିଲା । ସେହି ଭଲି ପ୍ରତିଦିନ ସହ ସହ ଲୋକଙ୍କ ଭିଡ ହେଉଥିବା ସହରର ଅନ୍ୟତମ ଵ୍ୟସ୍ତ ବହୁଲ ଗୋଲବଜାର ମଧ୍ୟ ଜନତା କର୍ଫ୍ୟୁ’ ପାଇ ଖାଁ ଖାଁ ଲାଗୁଥିଲା । ତେବେ ଅତ୍ୟନ୍ତ ଜରୁରୀ ସେବା ସମେତ ପେଟ୍ରୋଲପମ୍ପ ଓ ଏଟିଏମ ସେବା ସହରରେ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଲିଥିଲା।

Comments are closed.