ସାମାନ୍ୟ ଘଟଣାକୁ ନେଇ ପିତାକୁ ହତ୍ୟା କଲା ପୁଅ, ଜାଣନ୍ତୁ କେଉଁଠି
କଟକ, ଲକ୍ଷ୍ମୀଧର ଦାସ : ଚୌଦ୍ୱାର ସହରରେ ଘଟିଛି ଏକ ଦୁଃଖଦ ଘଟଣା । ସାମାନ୍ୟ ଘଟଣାକୁ ନେଇ ପିତାକୁ ହତ୍ୟା କଲା ପୁଅ । ଘଟଣା କେବଳ ସେତିକିରେ ଶେଷ ହୋଇନାହିଁ। ପିତାକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ପୁଅ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଘଟଣା ଘଟିଛି ଚୌଦ୍ୱାର ପୌରପାଳିକାର ଏଗାର ନମ୍ବର ୱାର୍ଡ ଅନ୍ତର୍ଗତ ଓଟିଏମ କଲୋନୀରେ । ଏଠାରେ ରହୁଥିବା କାଳୁ ଚରଣ ବେହେରା(୬୫) ଙ୍କର ପୁଅ ମୁନି ବେହେରା ଙ୍କର ମାନସିକ ଅବସ୍ଥା ଭଲ ନଥିଲା । ଗତକାଲି ବିଳମ୍ବିତ ରାତିରେ ମୁନି ନିଜ ମାଙ୍କ ସହ କୌଣସି କଥାକୁ ନେଇ ପଟିତୁଣ୍ଡା କରିଥଲେ । ଏ ସମୟରେ ବାପା କାଳୁଚରଣ ତାକୁ ବୁଝାଇବାକୁ ଚେଷ୍ଟା କଲା ରୁ ମୁନି ଉତକ୍ଷିପ୍ତ ହୋଇ ଏକ ଲୁହା ରଡ଼ରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ କାଳୁଙ୍କର କପାଳ ଦୁଇଫାଳ ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାଦେଖି ପୁଅ ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ସାହାଯ୍ୟରେ ନିଜ ଶରୀରର ବିଭିର୍ଣ୍ଣ ସ୍ଥାନରେ ଆଘାତ ଦେଇଥିଲେ । ପ୍ରଚୁର ରକ୍ତ ସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ତାଙ୍କ ମାଆ କବାଟ ଖୋଲି ବାହାରକୁ ଆସି ଡାକ ପକାଇଲେ । ପରେ ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମୁନିକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡିକାଲ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଚଳାଇବା ସହ ମୃତ କାଳୁଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ କଟକ ମେଡିକାଲ ପଠାଇଛନ୍ତି ।
Comments are closed.