ପୁଣି କଂଗ୍ରେସକୁ ଝଟକା ଦଳ ଛାଡିଲେ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ
ଜମ୍ମୁ : ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଚଳିତ ସପ୍ତାହରେ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ କାଶ୍ମୀରରେ ପ୍ରବେଶ କରିବ। ପୂର୍ବତନ ମନ୍ତ୍ରୀ ଲାଲ ସିଂହ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବାପାଇଁ ଦଳ ଅନୁମତି ଦେଇଛି। ତେବେ ଦଳର ଏହି ଅନୁମତିକୁ ନାଥ ବିରୋଧ କରିଛନ୍ତି। ନାଥ କହିଛନ୍ତି, ଭିନ୍ନ ବିଚାରଧାରା ପାଇଁ ସେ ଦଳ ଛାଡ଼ୁଛନ୍ତି। ୨୦୧୮ କଠୁଆ ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ସମର୍ଥନ କରିଥିବା ପୂର୍ବତନ ମନ୍ତ୍ରୀଙ୍କୁ ସେ ବିରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ କଠୁଆ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ସମର୍ଥନରେ ହୋଇଥିବା ରୢାଲିରେ ସିଂହ ଅଂଶଗ୍ରହଣ କରିଥିଲେ। ୨ ଥର ବିଧାୟକ ଏବଂ ୩ ଥର ସାଂସଦ ହୋଇଥିବା ସିଂହ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପିଡିପି-ବିଜେପି ସରକାରରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଜମ୍ମୁ କାଶ୍ମୀରରେ ସରକାର ପତନ ହେବାର ଅନେକ ମାସ ପୂର୍ବରୁ ସେ ବିଜେପି ଛାଡ଼ି ନିଜ ଦଳ ଡିଏସପିପି(ଡୋଗ୍ରା ସ୍ବାଭିମାନ ସଂଗଠନ ପାର୍ଟି) ଗଢ଼ିଥିଲେ।
Comments are closed.