ମହିଳାଙ୍କୁ କାନ୍ଧରେ ବୋହି ୪୦ କିଲୋମିଟର ଚାଲିଲେ ITBP ଯବାନ

ଯବାନମାନେ ଯେ କେବଳ ଦେଶର ବାହ୍ୟକୁ ସୁରକ୍ଷା ଦିଅନ୍ତି, ତାହା ନୁହେଁ । ଦେଶ ଭିତରେ ସୃଷ୍ଟି ହେଉଥିବା ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆଗକୁ ଆସିଥାନ୍ତି । ସେହିପରି ଛତିଶଗଡ ମାଓପ୍ରବଣ ଅଞ୍ଚଳ କୋଡ଼ାଗାଓ୍ବଁ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ କାନ୍ଧରେ ବୋହି ୪୦ କିଲୋମିଟର ଚାଲି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନେଇଛନ୍ତି ITBP ଯବାନ୍ । ସୂଚନା ଅନୁସାରେ, ଏହି ମହିଳା ଜଣକଙ୍କ ନାମ ଶିବାନୀ ଥିବା ବେଳେ ସେ ୭ ଦିନ ପୂର୍ବରୁ ପ୍ରସବ କରିଥିଲେ । ପରେ ଶିବାନୀଙ୍କୁ ଚିକିତ୍ସାଳୟ ନେବା ପାଇଁ ଅସଫଳ ହୋଇଥିଲେ ପରିବାର ଓ ଗ୍ରାମବାସୀ ବୃନ୍ଦ, କାରଣ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟର ଅବସ୍ତା ଶୋଚନୀୟ ହୋଇପଡିଥିଲା । ଏନେଇ ଆଇଟିପିବି ଯବାନଙ୍କୁ ଖବର ମିଳିବା ପରେ ସେମାନେ ମହିଳାଙ୍କୁ ନିଜ କାନ୍ଧରେ ବୋହି ଚିକିତ୍ସାଳୟ ନେଇଥିଲେ ।

Comments are closed.