ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହେଲା ଟ୍ରକ୍: ୧ ମୃତ,୪ ଆହତ

ବିହାରର ପାଟଣାରୁ ଏକ ଘରୋଇ ଟେଲିକମ୍ କମ୍ପାନୀର କେବୁଲ ଏବଂ ଅନ୍ୟାନ୍ୟ ଉପକରଣ ଭର୍ତ୍ତି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଜି.ଉଦୟଗିରି ଥାନା ଅଞ୍ଚଳ ନିକଟସ୍ଥ କଳିଙ୍ଗା ଘାଟିଠାରେ । ଗାଡିରେ ସର୍ବମୋଟ ୧୧ ଜଣ ବସିଥିବା ବେଳେ ଆହତମାନଙ୍କୁ ବ୍ରହ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ, ଏସ୍‌ଡିପିଓଙ୍କ ସମେତ ପୋଲିସ ଏବଂ ଦମକଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Comments are closed.