ସାରା ରାଜ୍ୟରେ ଲାଗିଛି ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।

ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାର ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ଫୁଲିଛି । ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ୧୩ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ସାନି ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ପରିମାଣ ବଢ଼ିବ । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷୁଛି । ବଢ଼ିଛି ବଂଶଧାରା ଓ ନାଗାବଳୀ ନଦୀର ଜଳ ସ୍ତର । ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

Comments are closed.