କରଜ ସାଜିଛିକି ଚିନ୍ତାର କାରଣ ?

ଭୁବନେଶ୍ୱର: ମଣିଷ ପରିଶ୍ରମ କରିଥାଏ ଶାନ୍ତିରେ ରହିବା ପାଇଁ । ସୁଖ ଶାନ୍ତି ପାଇଁ ଟଙ୍କା ଆବଶ୍ୟକ । ସେହିପରି ସମସ୍ତଙ୍କ ଜୀବନରେ ସୁବିଧା ଅସୁବିଧା ଲାଗି ରହିଥାଏ । ବେଳେବେଳେ ପରିସ୍ଥିତି ଏପରି ଆସେ ଅସୁବିଧାରେ ପଡିଲେ ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ । କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ । ନଚେତ ଏହା ଏକ ବୋଝ ଭଳି ଲାଗିଥାଏ । ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ ବୋଲି ବିଶ୍ୱାସ କରାଯାଏ ।

ଯେମିତିକି:
– ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ । ଏପରିକି ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀଙ୍କୁ ଦାନା ଖାଇବାକୁ ଦେଲେ କରଜ ମୁକ୍ତିର ବାଟ ଶୀଘ୍ର ଖୋଲିଯାଏ ବୋଲି କୁହାଯାଇଥାଏ ।

– ମାଙ୍କଡ଼ଙ୍କୁ ପ୍ରତି ମଙ୍ଗଳବାର ଦିନ କିଛି ମିଠା କିମ୍ବା କଦଳୀ ଅବା ବୁଟ ଖାଇବାକୁ ଦେଲେ, ପ୍ରଭୂ ହନୁମାନ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଆଉ ତାଙ୍କରି ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ ।

– କୁକୁରଙ୍କୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ, କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁବିତ୍‌ ମାନେ ମତ ଦେଇଥାନ୍ତି ।

– ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ । ତେଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ କିମ୍ବା ରୁଟିକୁ ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ ବି କରଜରୁ ଶୀଘ୍ର ମୁକ୍ତି ମିଳିବାର ବାଟ ଖୋଲିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।

Comments are closed.