ଶ୍ରେଣୀ ଭିତରେ ମାଙ୍କଡ ପଢ଼ୁଛି ପାଠ
ଝାଡ଼ଖଣ୍ଡ : ଶ୍ରେଣୀଗୃହରେ ଏବେ କେବଳ ଛାତ୍ରଛାତ୍ରୀ ନୁହେଁ, ତାଙ୍କ ସାଙ୍ଗରେ ଅନ୍ୟପ୍ରାଣୀମାନେ ମଧ୍ୟ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଝାଡଖଣ୍ଡସ୍ଥିତ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା । ଷଷ୍ଠ ଶ୍ରେଣୀଗୃହରେ ପାଠ ପଢା ଚାଲିଥାଏ । ହଠାତ ଏକ ମାଙ୍କଡଟେ ପଶି ଆସି ଖାଲିଥିବା ଟେବୁଲ ଉପରେ ବସିଗଲା ।
ଗଣିତ ଡ଼ାଉଥିବା ଶିକ୍ଷକ ପିଲାଙ୍କୁ କହିଲେ ,ତୁମେମାନେ ମାଙ୍କଡକୁ ନ ଘଉଡାଇ ବରଂ ଚୁପ୍ଚାପ ବସ । ଦେଖିବ ,ସେ ପ୍ରାଣୀ କାହାରି କିଛି କ୍ଷତି କରିବ ନାହିଁ । ସତକୁ ସତ ପ୍ରାୟ ୧୫ ମିନିଟ ମାଙ୍କଡ ସେହି ସ୍ଥାନରେ ବସି କଳାପଟାକୁ ଚାହିଁ ରହିଲା ।
ଶିକ୍ଷକ ଯାହା ପଢାଉଛନ୍ତି, ଯେମିତି ସବୁ ବୁଝିବା ପରି ମାଙ୍କଡଟି ଶୁଣୁଥାଏ । ଅନ୍ୟ କେତେକ ଶିକ୍ଷକ ବାହାରୁ ଥାଇ ମାଙ୍କଡର ଗତିବିଧିକୁ ସୁଟିଂ କରୁଥାନ୍ତି । ୧୫ ମିନିଟ ପରେ ମାଙ୍କଡଟି ସେ ଶ୍ରେଣୀକକ୍ଷରୁ ବାହାରି ଅନ୍ୟ କକ୍ଷକୁ ଗଲା । ସେଠାରେ ମଧ୍ୟ ଶିକ୍ଷଙ୍କ ପାଠପଢାକୁ କିଛି ସମୟ ଦେଖିଲା । ତା ପରେ ବାହାରିଆସିଲା ।
ବିଦ୍ୟାଳୟରେ ଶିକ୍ଷକ ଶିକ୍ଷତ୍ରୀମାନେ ମାଙ୍କଡକୁ ଖାଇବାକୁ ଦେଇ ଯେଝାବାଟରେ ଚାଲିଗଲେ । ଖାଇକି ମାଙ୍କଡମଧ୍ୟ ବିଦ୍ୟାଳୟରୁ ବିଦା ହେଲା । ମାଙ୍କଡର ଏହି ପାଠପଢା ଭିଡିଓଟି ଏଭିତରେ ୫୦ ହଜାର ଲୋକ ପସନ୍ଦ କରିଛନ୍ତି ଓ ଦେଶବିଦେଶରେ ବାରମ୍ବାର ଶେୟାର ହେଉଛି ।
Comments are closed.