ଚେଷ୍ଟାରେ ଆର୍ଯ୍ୟନ୍
ଗଲା ବର୍ଷ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପାଇଁ ଭଲ ସମୟ ନଥିଲା । ଡ଼୍ରଗ୍ସ ବିବାଦରେ ଛନ୍ଦି ହୋଇ ଜେଲ ଗଲେ, ତା’ପରେ ମଧ୍ୟ ଏହାର ସମାଧାନ ହୋଇନଥିଲା । ପୁଅ ଆର୍ଯ୍ୟନ ମୁକୁଳିବା ପରେ ଶାହରୁଖ୍ ଓ ତାଙ୍କ ପରିବାର କିଛି ସମୟ ପାଇଁ ଗଣମାଧ୍ୟମଠାରୁ ଦୂରରେ ରହିଲେ ।
ଏବେ ବୋଧେ ସେମାନଙ୍କ ଭଲ ସମୟ ଆସିଯାଇଛି । ଲମ୍ବା ବ୍ୟବଧାନ ପରେ ଶାହରୁଖଙ୍କ ପତ୍ନୀ ଗୌରୀ ଇନଷ୍ଟାଗ୍ରାମରେ ଭିଡ଼ିଓ ଅପଲୋଡ଼ କରିଛନ୍ତି । ତା’ ପଛକୁ ଆର୍ଯ୍ୟନ ତାଙ୍କ ବିଜ୍ଞାପନ ଫଟୋ ଅପଲୋଡ଼ କଲେ । ସବୁରି ମହଲରେ ଏସବୁ ଦେଖି ଚର୍ଚ୍ଚା ଆରମ୍ଭ ହୋଇଛି ।
ଯାହା ଜଣାପଡ଼ୁଛି, ଖୁବ୍ ଶୀଘ୍ର ଆର୍ଯ୍ୟନ ଅଭିନୀତ ଚଳଚିତ୍ର ବିଷୟରେ ଘୋଷଣା କରାଯିବ । ଶାହରୁଖଙ୍କ ଗେହ୍ଲୀ ଝିଅ ସୁହାନା ମଧ୍ୟ ‘ଆର୍ଚି’ ଚଳଚିତ୍ରରେ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି ।
Comments are closed.