ମେକଅପ ନେଉନାହାନ୍ତି ମହାରାଣୀ
ପରଦା ଉପରେ ଅଭିନୟ କରୁଥିବା ଅଧିକାଂଶ କଳାକାର ମେକଅପ୍ କରିବାକୁ ପସନ୍ଦ କରନ୍ତି । ଅଭିନେତ୍ରୀ ହୁମା କୁରେସୀ ଏଥିରୁ କେମିତି ବା ବ୍ୟତିକ୍ରମ ହୁଅନ୍ତେ । ୱେବସିରିଜ ମହାରାଣୀ ସୁଟିଂ ସମୟର ଅନୁଭୂତି ସେ କହିଛନ୍ତି । ରାଣୀ ଭାରତୀ ଭୂମିକାରେ ହୁମା ଏଥିରେ କାମ କରିଛନ୍ତି ।
ନିର୍ଦେଶକ ପ୍ରଥମରୁ କହିଲେ, ହୁମା ଏହି ଚରିତ୍ରରେ ତୁମେ ମେକଅପ ନେଇପାରିବନି । ହୁମାଙ୍କ ମହାରାଣୀର ଭୂମିକାଟି ଏତେ ପସନ୍ଦ ଥିଲା ଯେ ସେ ସବୁ ଜାଣି ବି ଅଭିନୟ ପାଇଁ ହଁ କରିଥିଲେ । ହୁମା କହିଛନ୍ତି, ତା’ ପରେ ଯାହା କଷ୍ଟ ହେଲା, ସେ ସବୁ ନ କହିବା ଭଲ ।
Comments are closed.