ଖୁସି ଖବର: EPF ଜମା ଉପରେ ସୁଧ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪ ।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ ଜମା ଉପରେ ସୁଧ ଅପରିବର୍ତ୍ତିତ ରହିଛି । ୨୦୨୦-୨୧ ବର୍ଷ ପାଇଁ ସୁଧ ହାର ଅପରିବର୍ତ୍ତିତ ରହିଛି । ଗତବର୍ଷ ପରି ଜମା ଉପରେ ମିଳିବ ୮.୫୦% ସୁଧ ମିଳିବ ବୋଲି ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଶ୍ରୀନଗରରେ ହୋଇଥିବା ଇପିଏଫ୍ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ କରୋନା ଯୋଗୁ ବିଭିନ୍ନ ବ୍ୟାଙ୍କରେ ଜମା ଉପରେ ସୁଧହାର ହ୍ରାସ କରାଯାଇଛି । ତେବେ ଇପିଏଫଓ ପକ୍ଷରୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ ପାଇଁ ସୁଧ ହାର କଟାଯାଇପାରିବ। ଏହାପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍ ଜମାକାରୀଙ୍କୁ ଜମା ରାଶି ଉପରେ ୮.୬୫ ପ୍ରତିଶତ ସୁଧ ମିଳୁଥିଲା ।
Comments are closed.