ମୁନ୍ନା ଝିଙ୍ଗ୍ରୀ ଭାରତ ଆସିବେ

କୁଖ୍ୟାତ ଅଣ୍ଡରଗ୍ରାଉଣ୍ଡ ଡନ ଛୋଟା ସକିଲର ଦୁର୍ଦ୍ଦାନ୍ତ ସହଯୋଗୀ ସୟଦ ମୁଜାକ୍ୱିର୍ ମୁଦ୍ଦାସର ହୁସେନ ଓରଫ ମୁନ୍ନାଝୀଙ୍ଗ୍ରୀକୁ ଭାରତକୁ ହସ୍ତାନ୍ତର କରିବାକୁ ଥାଇଲାଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୦ ମସିହାରେ ମୁନ୍ନାଙ୍କୁ ବ୍ରାକକଠାରେ ଥାଇ ପୋଲିସ ଗିରଫ କରିବାପରେ ତାକୁ ପତ୍ୟର୍ପଣ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଥାଇଲାଣ୍ଡକୁ ଅନୁରୋଧ କରାଯାଇଥିଲା । ୨୦୧୭ରେ ମାମଲାର ନ୍ୟାୟିକ ବିଚାର ଆରମ୍ଭ ହେବା ପରେ ପାକିସ୍ତରନ ସରକାର ଏଥିରେକନ୍ଦଳ ସୃଷ୍ଟି କରାଇଥିଲେ । ମୁନ୍ନାର ଦ୍ୱିତୀୟ ପତ୍ନୀ ଓ ପିଲାମାନେ ପାକିସ୍ତାନରେ ରହୁଚନ୍ତି । ଥାଇକୋର୍ଟ ୪୧ଜଣ ପାକିସ୍ତାନଙ୍କ ବୟାନ ରେକଡ କରିବାପରେ ଝିଙ୍ଗ୍ରୀକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.