ଖାଦ୍ୟରେ ସାମିଲ କରନ୍ତୁ ଧଳା ପିଆଜ, ମିଳିବ ଅନେକ ଲାଭ

ପିଆଜ ଆମ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଏପରି ଏକ ପନିପରିବା ଯାହା ବିନା ଅନେକ ରେସିପିର ସ୍ୱାଦ ବଦଳିଯାଏ।ଏହି କାରଣରୁ ଭାରତରେ ଏହାର ବ୍ୟବହାର ବହୁତ ଅଧିକ। ଏହା କେବଳ ସ୍ୱାଦକୁ ବଢାଏ ନାହିଁ ବରଂ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦିଏ। ଏମିତିକି କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହା ଆମକୁ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ମାର୍କେଟରେ ଆପଣ ନିଶ୍ଚିତ ନାଲି ଏବଂ ଧଳା ପିଆଜ ଦେଖିଥିବେ। ଦୁଇ ଜଣଙ୍କର ଅଲଗା ଅଲଗା ଫାଇଦା ହୋଇଥାଏ। କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିର ଧଳା ପିଆଜ ବହୁତ ଲାଭ ଦାୟକ ହୋଇଥାଏ। ଧଳା ପିଆଜର ଅମଳ ସାଧାରଣ ପିଆଜଠାରୁ ବହୁତ କମ୍। କିନ୍ତୁ ଆପଣ କେବେ ଧଳା ପିଆଜ ଖାଇଛନ୍ତି କି? ଆସନ୍ତୁ ଜାଣିବା ଧଳା ପିଆଜ ଲାଭ ବିଷୟରେ।

ଧଳା ପିଆଜ ମଧୁମେହ ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ, କାରଣ ଯଦି ଏହାକୁ ନିୟମିତ ଖାଆନ୍ତି। ତେବେ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିବ।

କର୍କଟ ଏକ ଅତ୍ୟନ୍ତ ଗମ୍ଭୀର ରୋଗ, ଯଦି ଏହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ନହୁଏ ତେବେ ଏହା ମଧ୍ୟ ସାଂଘାତିକ ହୋଇପାରେ। ଏହାକୁ ରୋକିବା ପାଇଁ ଧଳା ପିଆଜ ଖାଇବା ଉଚିତ କାରଣ ଏଥିରେ ଫ୍ଲାଭୋନାଏଡ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କର୍କଟ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଆପଣ କଞ୍ଚା କିମ୍ବା ରନ୍ଧା ପିଆଜ ଖାଇପାରିବେ।

ଧଳା ପିଆଜ ଖାଇବା ହଜମ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ, ଯେଉଁଥିପାଇଁ ଏହା ପ୍ରାୟତଃ ସାଲାଡରେ ଅନ୍ତର୍ଭୁକ୍ତ ହୋଇଥାଏ । ଧଳା ପିଆଜରେ ଫାଇବର ଏବଂ ପ୍ରାଇବୋଟିକ୍ସ ଭରପୂର ଅଟେ ଯାହା ଆମ ପେଟ ପାଇଁ ଉପକାରୀ, ସେମାନେ ଭଲ ଜୀବାଣୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ।

ଧଳା ପିଆଜ ରକ୍ତକୁ ପତଳା କରିବାରେ ମଧ୍ୟ ବ୍ୟକ୍ତିକୁ ସାହାଯ୍ୟ କରିଥାଏ। ଏଥିରେ ଫ୍ଲେବୋନୟଡ ଏବଂ ସଲଫର ପରି କେତେକ ଏଜେଣ୍ଟ ମିଳିଥାଏ। ଯାହା ରକ୍ତ ପତଳା କରିବାରେ ସାହାର୍ଯ୍ୟ କରିଥାଏ।

ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ। ତେବେ ଆମେ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା ପାଇବୁ। ଧଳା ପିଆଜ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।

Comments are closed.