ଆପଣଙ୍କୁ ଗୋଟେ ଗୋଡ଼ରେ ଛିଡ଼ା ହେବାକୁ କଷ୍ଟ ହେଉଛି କି, ଜାଣନ୍ତୁ କାହିଁକି

ଆମେ ବେଳେ ବେଳେ ଯୋଗ କଲାବେଳେ ଯଦି ଆପଣଙ୍କୁ ଗୋଟିଏ ଗୋଡରେ ଠିଆ ହେବାରେ କଷ୍ଟ ଲାଗୁଛି, ତେବେ ଏହା ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ, ଯାହା ବିଷୟରେ ଆପଣ କେବେ ଭାବିନଥିବେ।

‘ବ୍ରିଟିସ୍ ଜର୍ନାଲ ଅଫ୍ ସ୍ପୋର୍ଟସ’ ମେଡିସିନ୍‌ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ମଧ୍ୟମ ବୟସର ଯୁବ ବର୍ଗ ଓ ଯୁବପୀଢି ଯେଉଁମାନେ ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡରେ ଠିଆ ହୋଇ ସନ୍ତୁଳନ ରଖିପାରନ୍ତି ନାହିଁ, ତାଙ୍କର ମୃତ୍ୟୁର ବିପଦ ୧୦ ବର୍ଷରେ ପ୍ରାୟ ଦୁଇଗୁଣା ବଢିଯିବ। ଆପଣଙ୍କୁ ସ୍ବାସ୍ଥ୍ୟ ବିଷୟରେ ଏହି ସବୁ ଜିନିଷରୁ ଅନୁମାନ କରିହେବ, ଆପଣ କେତେ ଭଲ ଭାବରେ ନିଜର ଶରୀରକୁ ବାଲାନ୍ସ କରିପାରନ୍ତି। ଏହା ପୂର୍ବରୁ ହୋଇଥିବା ଏକ ରିସର୍ଚ୍ଚରେ ତାହା ଜଣାପଡିଛି, ଯେଉଁ ଲୋକମାନେ ଗୋଟେ ଗୋଡରେ ଠିଆ ହୋଇ ଶରୀର ଉପରେ ବାଲାନ୍ସ କରିପାରନ୍ତି ନାହିଁ, ତାଙ୍କୁ ଷ୍ଟ୍ରୋକ ହେବାର ବିପଦ ଅଧିକ ରହିଛି।

ଏଥିପାଇଁ ୟୁକେ, ଆମେରିକା, ଅଷ୍ଟ୍ରେଲିଆ,ଫିନଲାଣ୍ଡ ଓ ବ୍ରାଜିଲର ବିଶେଷଜ୍ଞମାନେ ୧୨ ବର୍ଷ ପର୍ଯ୍ୟନ୍ତ ଏକ ଷ୍ଟଡି କରିଥିଲେ, ଯେଉଁଥିରେ ଖୁଲାସା ହୋଇଥିଲା ମଧ୍ୟମ ବୟସର ବୟସ୍କ ଲୋକ ଯେଉଁମାନେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଡରେ ଠିଆ ହୋଇ ନିଜର ଶରୀର ଉପରେ ବାଲାନ୍ସ କରିପାରନ୍ତିନାହିଁ, ତାଙ୍କ ଭିତରେ ୧୦ ବର୍ଷରେ ମୃତ୍ୟୁର ବିପଦ ଦୁଇଗୁଣା ବଢିଯାଇଥାଏ। ରିସର୍ଚ୍ଚରେ ୫୧ ରୁ ୭୫ ବର୍ଷର ମୋଟ ୧୭୦୨ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ରିସର୍ଚ୍ଚ ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା। ରିସର୍ଚ୍ଚରେ ପ୍ରତି ୫ ଜଣରୁ ଜଣେ ବ୍ୟକ୍ତି ଟେଷ୍ଟରେ ଫେଲ୍‌ ହୋଇଥିଲେ। ଟେଷ୍ଟର ଆଗାମୀ ୧୦ ବର୍ଷ ଭିତରେ ୧୨୩ ଜଣ ଲୋକଙ୍କ ଅଲଗା ଅଲଗା କାରଣରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ଏଭଳି କିଛି ଲୋକଙ୍କ ସଂଖ୍ୟା ଅଧିକ ଥିଲା, ଯିଏକି ଏହି ଟେଷ୍ଟକୁ ପାସ୍ କରିପାରିନଥିଲେ। ରିସର୍ଚ୍ଚରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ବ୍ରାଜିଲର ଥିଲେ। ଷ୍ଟଡିର ଫଳାଫଳ ଅନ୍ୟଦେଶ ଉପରେ ସମ୍ପୂର୍ଣ୍ଣ ଲାଗୁ ହୋଇନପାରେ।

Comments are closed.