ଆପଣ ଏହି ରାଗରେ ପାଉଛନ୍ତି କି କଷ୍ଟ, ଜାଣନ୍ତୁ କେମିତି ପାଇବେ ମୁକ୍ତି

ବର୍ତ୍ତମାନ ସମୟରେ କୋଷ୍ଠକାଠିନ୍ୟ ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ। ବିଶେଷ କରି ଭୁଲ୍‌‌ ଖାଦ୍ୟପେୟ, ଜୀବନଶୈଳୀ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ କୋଷ୍ଠକାଠିନ୍ୟ ହେବାର ଅନ୍ୟ କାରଣ ରହିଛି। ଫାଇବର ଯୁକ୍ତ ଖାଦ୍ୟ ଆବଶ୍ୟକ ପରିମାଣରେ ସେବନ ନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଫାଇବର ଅଭାବରୁ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ସେହିପରି ଅତ୍ୟଧିକ ଚା’ ଓ କଫି ସେବନ ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ଏଥିପାଇଁ ନିଜ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ନିଜ ଜୀବନଶୈଳୀରେ ପରିବର୍ତ୍ତନ ଓ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ଏହି ନିୟମର ପାଳନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ଏକ ସହଜ ଉପାୟ ମଧ୍ୟ ରହିଛି। ତାହା ହେଉଛି କ୍ଷୀର ଓ ଖଜୁରୀର ସେବନ। ଜାଣନ୍ତୁ କିଭଳି ଏହାର ସେବନ କରିବେ..
ଖଜୁରୀ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ। ଏହାର ସେବନ ଶରୀରରୁ ଆଇରନର ଅଭାବ ଦୂର କରିଥାଏ। ଏହାସହ ଉଚ୍ଚ ରକ୍ତଚାପ ଓ କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ। ଖଜୁରୀରେ ଫାଇବର, ସେଲେନିୟମ, ଫସଫରସ, କ୍ୟାଲସିୟମ, ଆଇରନ, ପୋଟାସିୟମ, ମାଗ୍ନେସିୟମ ଆଦି ରହିଛି। ଯାହା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହା ବ୍ୟତୀତ ଭିଟାମିନ ବି ୧, ବି୨, ବି୩, ବି୫, ଏ୧, ସି, ପ୍ରୋଟିନ ଓ ଫାଇବର ରହିଛି। ଏହାର ସେବନ ଦ୍ୱାରା ପାଚନ ତନ୍ତ୍ର ମଜଭୂତ ହେବା ସହ ସହଜରେ ଖାଦ୍ୟ ହଜମ ହୋଇଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ କରିଥାଏ।
ଏପରି କରନ୍ତୁ ସେବନ..
ନିୟମିତ ରାତିରେ ଏକ ଗ୍ଲାସ ଉଷୁମ କ୍ଷୀରରେ ୨ଟି ଖଜୁରୀ ମିଶାଇ ସେବନ କରନ୍ତୁ। ସେବନ କରିବାର କିଛି ଘଣ୍ଟା ପୂର୍ବରୁ ଖଜୁରୀକୁ ବତୁରାଇ ଦିଅନ୍ତୁ। ଶୋଇବା ପୂର୍ବରୁ କ୍ଷୀରରେ ମିଶାଇ ଏହାର ସେବନ କରନ୍ତୁ। ଏହାସହ ସକାଳ ସମୟରେ ମଧ୍ୟ ଖଜୁରୀ ମିଶ୍ରିତ କ୍ଷୀରର ସେବନ କରିପାରିବେ। ନିୟମିତ ଖଜୁରୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

Comments are closed.