କଳା ଗାଜର ଖାଇବାର ଫାଇଦା, ଜାଣନ୍ତୁ
ଦେଶୀ ବଜାରରେ ଦୁଇ ପ୍ରକାରର ଗାଜର ଦେଖାଯାଏ। ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର। ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି। ପୋଷକତତ୍ତ୍ବ ଭରପୂର କଳା ଗାଜର ଖାଇବାକୁ ବିଶେଷଜ୍ଞ ଦଳ କହିଛନ୍ତି।
ଏହି ରଙ୍ଗ ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହୁଛି। ସେଥିପାଇଁ ହୃଦ୍ରୋଗୀମାନେ କଳା ଗାଜର ସାଲାଡ ଖାଇବା ଭଲ।
କଳା ଗାଜରରେ ଆନ୍ଥୋସିଆନିନ୍ ଥିବାରୁ ତାହା ଖାଇଲେ କର୍କଟ ରୋଗ ହେବା ଆଶଙ୍କା କମେ।
ଅନ୍ୟ ରଙ୍ଗ ଗାଜର ପରି କଳା ଗାଜର ଖାଇଲେ ମଧ୍ୟ ଆଖିର ଜ୍ୟୋତି ବଢ଼େ।
କଳା ଗାଜର ଖାଇଲେ ଓଜନ ବି କମ୍ ହେଉଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।
Comments are closed.