ଆପଣଙ୍କର କଞ୍ଚାଲଙ୍କା ଖାଇବାର ଅଭ୍ୟାସ ରହିଛିକି, ତାହାଲେ ଜାଣନ୍ତୁ ଏହି ସବୁ

ଖାଦ୍ୟର ସ୍ୱାଦକୁ ନେଇ କାହାକୁ ଚଟପଟା,ରାଗ ତ କାହାକୁ ମିଠା ଖାଦ୍ୟ ପସନ୍ଦ। ମାତ୍ର ରାଗ ପସନ୍ଦ କରୁଥିବା ଲୋକେ ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ କଞ୍ଚାଲଙ୍କାର ବ୍ୟବହାର କରିଥାଆନ୍ତି। ଏହା ଖାଦ୍ୟକୁ ଅଧିକ ଚଟପଟା ସହ ସ୍ୱାଦିଷ୍ଟ କରିଥାଏ। ଭୋଜନକୁ ଅଧିକ ସୁଆଦିଆ କରିବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ଭୋଜନକୁ ସ୍ୱାଦିଷ୍ଟ କରିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ। ଆଜ୍ଞା ହଁ କଞ୍ଚାଲଙ୍କାରେ ଅନେକ ଆବଶ୍ୟକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏଥିରେ ଆଇରନ, ପ୍ରୋଟିନ, କାର୍ବୋହାଇଡ୍ରେଟ,ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ହିତକାରକ ହୋଇଥାଏ। ଜାଣନ୍ତୁ..
ହୃଦୟ ସୁସ୍ଥ ରହିବା ପାଇଁ କଞ୍ଚା ଲଙ୍କା ବେଶ ଉପକାରୀ। ନିୟମିତ ରୂପେ ଏହାର ସେବନ କରିବା ଦ୍ୱାରା ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ହୃଦୟ ଜନିତ ରୋଗକୁ ଶରୀର ଠାରୁ ଦୂରରେ ରଖିଥାଏ।
ବିଶେଷଜ୍ଞଙ୍କ ମତାନୁସାରେ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟରେ କଞ୍ଚା ଲଙ୍କା ନିଶ୍ଚୟ ସାମିଲ କରନ୍ତୁ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ।
କଞ୍ଚା ଲଙ୍କାରେ ଭିଟାମିନ ସି ସହ ଅନ୍ୟ ପୋଷକ ତତ୍ତ୍ୱ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ଚକ୍ଷୁକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
କଞ୍ଚାଲଙ୍କାରେ ଥିବା ଭିଟାମିନ ସି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହା ଥଣ୍ଡା,କାଶ, ଜ୍ୱର ସହ ଅନ୍ୟ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
କଞ୍ଚା ଲଙ୍କାରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ତ୍ୱଚାରୁ ସଂକ୍ରମଣ ଦୂର କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ ଏ ଓ ସି ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

Comments are closed.