ଭାଇରାଲ ହେଲା ଭିଡିଓ: ୩ବର୍ଷର ପୁଅକୁ ଅଟୋରେ ପିଟିଲା ପିତା
ମଦ ନିଶାରେ ନିଜ ଜନ୍ମିତ ୩ ବର୍ଷର ପୁଅକୁ ଏକ ଅଟୋରେ ପିଟିଛି ପିତା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମଦ ପିିଇବା ଦ୍ୱାରା ମନୁଷ୍ୟ ନିଜର ହିତାହିତ ଜ୍ଞାନ ଭୁଲିଯାଏ, ଯାହାର ପ୍ରତିକ୍ରିୟା ଏଥିରେ ଦେଖିବାକୁ ମିଳିଛି । ଏପରି ଘଟଣା ହାଇଦ୍ରାବାଦର ଶ୍ରୀନିବାସନଗର ଅଞ୍ଚଳରେ ଘଟିଛି, ଯେଉଁଠି ଶିବ ଗୌଉଦ ନାମକ ଏକ ବ୍ୟକ୍ତି ମଦ ପିଇ ନିଜ ପତ୍ନୀଙ୍କ ସହ ଝଗଡା କରୁଥିଲେ । ନିଶାରେ ଚୁର ହୋଇ ନିଜର ୩ ବର୍ଷର ପୁଅକୁ ନିକଟରେ ଥିବା ଅଟୋରେ ପିଟିଦେଇଥିଲେ , ଫଳରେ ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖରନାରେ ଭର୍ତ୍ତି କରାଯାଇଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି IPC ଧାରା ୩୨୪ ଲାଗୁ କରି ତଦନ୍ତ ଜାରି ରଖିଛି, ପରନ୍ତୁ ଶିବଙ୍କ ପତ୍ନୀ ଏନେଇ କୌଶସି ଲିଖିତ ଅଭିଯୋଗ କରିନାହାନ୍ତି ।
#WATCH Man in an inebriated state bangs his 3-yr-old son against an auto-rickshaw following a quarrel with his wife. Child handed over to Child Welfare Committee. Case registered under Sec 324 of IPC & Sec 75 of the Juvenile Justice Act; Accused absconding (9.07.18) #Hyderabad pic.twitter.com/8YWjfrEdjN
— ANI (@ANI) July 10, 2018
Comments are closed.