ଇଣ୍ଡିଗୋ ଏୟରଲାଇନ୍ସର ମେଗା ଅଫର୍, ୧୨ ଲକ୍ଷ ଲୋକଙ୍କୁ ମିଳିବ ଶସ୍ତା ଟିକଟ
ଘରୋଇ ଏୟରଲାଇନ୍ ସଂସ୍ଥା ଇଣ୍ଡିଗୋ ୪ ଅଗଷ୍ଟରେ ୧୨ ବର୍ଷ ପୁରଣ କରିବାକୁ ଯାଉଛି । ଏଥିଲାଗି ସଂସ୍ଥା କିଛି ନୂଆ କରିବାକୁ ଯାଉଛି । ଲୋକମାନଙ୍କ ପାଇଁ ଇଣ୍ଡିଗୋ ନିଜର ୧୨ ଲକ୍ଷ ସିଟ୍ ଶସ୍ତା କରିବାକୁ ଯାଉଛି । ଇଣ୍ଡିଗୋ ଦ୍ୱାରା ୧୦ ଜୁଲାଇ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଏକ ସେଲ ଆରମ୍ଭ ହୋଇଛି । ଏହି ସେଲରେ ପ୍ରତି ଟିକଟର ମୂଲ୍ୟ ୧୨୧୨ ଟଙ୍କାରୁ ଆରମ୍ଭ ହେବ । ଏହା ସହିତ ବଳକା ଟିକଟଗୁଡ଼ିକରେ ୨୫ ପ୍ରତିଶତ ରିହାତି ମିଳିବ । ଏ ୧୨ ଲକ୍ଷ ସିଟ୍ ଭାରତର ୫୭ଟି ସହରକୁ ଯିବା ପାଇଁ ରହିଛି । ୧୦ ରୁ ୧୩ ତାରିଖ ଭିତରେ କିଣାଯାଇଥିବା ଟିକଟଗୁଡ଼ିକ ୨୫ ଜୁଲାଇରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଏହା ଛଡ଼ା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ରେଡିଟ୍ କାର୍ଡରୁ ୩୦୦୦ ଟଙ୍କାର ଟିକଟ କିଣିଲେ ୫ ପ୍ରତିଶତ ଫେରସ୍ତ ମଧ୍ୟ ମିଳିବ ।
Comments are closed.