ସେନା-ଆତଙ୍କବାଦୀ ମୁହାଁମୁହିଁ: ଅପରେଶନ ଅଲଆଉଟ-୨ ଜାରି

ଆଜି ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଶୋପିଆନ୍ ଜିଲ୍ଲାରେ ପୁଣି ଥରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ରୂପେ ଲୋପ କରିବା ପାଇଁ ସେନା ପକ୍ଷରୁ ଅପରେଶନ ଅଲଆଉଟ୍-୨ ଜାରୀ ରହିିଛିି । କୁନ୍ଦଲାନ୍ ଅଞ୍ଚଳରେ ୫-୬ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ୩୪ ଆର୍‌ଆର୍‌ ସିଆର୍‌ପିଏଫ୍‌ ଯବାନ ସମ୍ପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରିବା ସହିତ ଆତ୍ମସମର୍ପଣ କରିବା ଲାଗି ସତର୍କ ସୂଚନା ଦେଇଥିଲେ । ପରନ୍ତୁ ଆତଙ୍କବାଦୀମାନେ ଏହାକୁ ନ ଶୁଣି ଗୁଳି ଚାଳନା ଆରମ୍ଭ କରିଦେଲେ, ଯାହାର ଜବାବ ଦେବାପାଇଁ ସୁରକ୍ଷାବଳଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏପର୍ଯ୍ୟନ୍ତ ସେନାଙ୍କ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅପରେଶନ ଜାରୀ ରଖାଯାଇଛି ।

Comments are closed.