ରଥଯାତ୍ରାରେ ହେବ ହୁଣ୍ଡିର ବ୍ୟବସ୍ଥା, ସେବାୟତ ଆଦାୟ କରିବେନି ଦକ୍ଷିଣା

ଆଗକୁ ଆସୁଥିବା ପୁରୀର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲୋକମାନଙ୍କର ସୁବିଧା ପାଇଁ ପ୍ରଶାସନ ବ୍ୟବସ୍ଥାକୁ କଡାକଡି କରିବାରେ ଲାଗିପଡ଼ିଛି । ପୁର୍ବରୁ ରଥଯାତ୍ରା ସମୟରେ ସେବାୟତମାନେ ଲୋକମାନଙ୍କଠାରୁ ଦକ୍ଷିଣା ଆଦାୟ କରୁଥିଲେ, ଯାହା ଉପରେ ଏବେ କଟକଣା ଲଗାଯାଇ ପ୍ରଶାସନ ପକ୍ଷରୁ ହୁଣ୍ଡି ବାକ୍ସର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଭକ୍ତମାନେ ନିଜ ଇଛା ମୁତାବକ ଦାନ ଅର୍ଥ ସିଧାସଳଖ ହୁଣ୍ଡିରେ ପକାଇପାରିବେ । ଏନେଇ ସମ୍ପୂର୍ଣ୍ଣ ରୂପେ ୧୮ଟି ହୁଣ୍ଡି ବାକ୍ସ ଲଗାଯିବା ସହିତ ପ୍ରଶାସନ ନିଜେ ଦର୍ଶନୀ ଟିକଟ କାଟିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦୀରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର । ୧୮ଟି ହୁଣ୍ଡି ମଧ୍ୟରୁ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥରେ ୧୨ଟି ଲେଖାଏଁ ଓ ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ ୬ଟି ଲେଖାଏଁ ହୁଣ୍ଡି ଲଗାଯିବ ।

Comments are closed.