ପରକ୍ରିୟା ପ୍ରିତିର କରୁଣ ଚିତ୍ର : ସ୍ତ୍ରୀ ଓ ପ୍ରେମିକକୁ କଟୁରୀରେ ହାଣିଲା ସ୍ୱାମୀ , ପ୍ରେମିକ ମୃତ ସ୍ତ୍ରୀ ଗୁରୁତର
ମୟୁରଭଞ୍ଜ, ଦୀନେଶ କୁମାର ଏବଂ ବିଶ୍ୱଜିତ୍ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗ୍ରାମରେ ଘଟିଛି ଅଘଟଣ । ସ୍ତ୍ରୀ ସହ ପ୍ରେମିକ ଘରେ ଶୋଇଥିବା ସମୟରେ ସ୍ୱାମୀର କଟୁରୀ ଚୋଟରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବରପାଇ କରଞ୍ଜିଆ ପୁଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟା ରେ ବ୍ୟବହୃତ କଟୁରୀକୁ ଜବତ କରିଛି । ଏହା ସହ ଗୁରୁତର ଆହତ ମହିଳାକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଶବକୁ ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଅଣାଯାଇଛି । ସୂଚନାନୁସାରେ ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲା । ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ରହୁଥିଲେ ସ୍ୱାମୀ ରୂପା ହେମ୍ବ୍ରମ। ତେବେ ଦିନବେଳା ଘରଲୋକେ ଅନୁପସ୍ଥିତ ରହୁଥିବା ସୁଯୋଗରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ପାର୍ବତୀକୁ ଭଲ ପାଇ ତାକୁ ବାହା ହେବା ପାଇଁ ରାଜି କରାଇଥିଲା। ଏ ସମ୍ଭନ୍ଧରେ ସ୍ୱାମୀ ଆଦୌ ଜାଣିନଥିବା ବେଳେ ପାର୍ବତୀ ଗର୍ଭବତୀ ଥିବା ଜାଣିଥିଲା । ତେବେ ଗତ ବୁଧବାର ଦିନ ଅପରାହ୍ନ ସମୟରେ ସ୍ୱାମୀ ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ପଳାଇଯାଇଥିଲା । ଏଇ ଘଟଣା ପରେ ସ୍ତ୍ରୀ ପାର୍ବତୀ ନିଜ ଇଚ୍ଛାରେ ଯାଉଥିବା ଜାଣି ସ୍ୱାମୀ ଚୁପ ରହିଥିଲା। ହେଲେ ଶୁକ୍ରବାର ଦିନ ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ପାର୍ବତୀର ସ୍ୱାମୀକୁ କହିବାପରେ ସେ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।ଆଉ ଗତକାଲି ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ତାଙ୍କ ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲେ ।ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଆକ୍ରମଣରେ ଫୁଟେ ମୃତ୍ୟୁବରଣ କରିଥିଲା । ଖବରପାଇ କରଞ୍ଜିଆ ଥାନାଅଧିକାରିଣୀ ସରୋଜିନୀ ସିଂ ଓ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ ସଦଳବଳେ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲେ । ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।
Comments are closed.