ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା

ନୟାଗଡ, ଚିରଞ୍ଜିବି ଦାଶ : ପ୍ରେମ ଶାଶ୍ୱତ ଓ ଚିରନ୍ତନ l ପ୍ରେମ ପାଇଁ କିଏ ପରିବାରକୁ ଛାଡିଦେଲାଣି ତ ଆଉ କିଏ ପ୍ରେମ କୁ ପାଇବା ପାଇଁ ପ୍ରେମିକର ଘର ଆଗରେ ଧାରଣା ଦେଲାଣି l ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ଗ୍ରାମରେ l ଘଟଣାରୁ ପ୍ରକାଶ ଯେ ଭାଡ଼ିକିଳା ଗ୍ରାମର ବଳରାମ ସାହୁଙ୍କ ସାନ ପୁଅ ପ୍ରଶାନ୍ତ କୁମାର ସାହୁ ବ୍ରହ୍ମଗିରିର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ବେଳେ ସେଠାରେ ଜଣେ ଝିଅର ପ୍ରେମରେ ପଡ଼ିଥିଲେ l ଫଳରେ ଉଭୟଙ୍କ ମଧ୍ୟ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ l ପ୍ରେମିକ ପ୍ରଶାନ୍ତ ପ୍ରେମିକାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ତିନି ମାସ ଏକାଠି ସାଙ୍ଗହୋଇ ରହିଥିଲେ l କିଛି ଦିନପରେ ପ୍ରେମିକ ପ୍ରଶାନ୍ତ ର ଅନ୍ୟତ୍ର ବଦଳି ହେବା ଯୋଗୁଁ ସେ ସେହି ସ୍ଥାନ ଛାଡି ଚାଲିଆସିଥିଲେ l ପରେ ପ୍ରେମିକ ପ୍ରଶାନ୍ତଙ୍କୁ ଯୋଗାଯୋଗ କରିବାରୁ ପ୍ରଶାନ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଭୁଲିଯିବାପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରେମିକା l ଏଭଳି ପରିସ୍ଥିତିରେ ପ୍ରେମିକା ଭାଙ୍ଗିନପଡ଼ି ପ୍ରେମକୁ ପାଇବା ପାଇଁ ଜିଦି କରିବସିଥିଲେ l ଫଳରେ ତାଙ୍କ ପାଖରେ ଥିବା ପ୍ରେମିକର ଆଧାର କାର୍ଡକୁ ଭିତ୍ତି କରି ସୁଦୂର ବ୍ରହ୍ମଗିରିରୁ ଚାଲିଆସି ପ୍ରେମିକର ଗାଁ ଭାଡ଼ିକିଲାରେ ଥିବା ତାଙ୍କ ଘର ଆଗରେ ଧାରଣାରେ ବସିଛି ପ୍ରେମିକା l ତେବେ ଗାଁଲୋକଙ୍କ ଆଗରେ ପ୍ରେମିକା ଖୋଲିଦେଇଥିଲା ମିଛୁଆ ପ୍ରେମିକର ଅସଲ ଚେହେରା l ପରେ ଗାଁଲୋକଙ୍କ କହିବା ଅନୁଯାୟୀ ପ୍ରେମିକା ଜଣକ ଓଡଗାଁ ଥାନାରେ ଏତଲା ଦେଇଛି l ତେବେ ପ୍ରଶାନ୍ତର ଘରଲୋକ ଝିଅର କଥାକୁ ଖଣ୍ଡନ କରୁଥିବା ବେଳେ, ପ୍ରେମିକାର ଗୋଟିଏ ଜିଦି ତାକୁ ବୋହୂର ମାନ୍ୟତା ମିଳୁ ନହେଲେ ସେ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଛି l

Comments are closed.