ଶୀତ ଦିନେ କେମିତି ନେବେ ତ୍ୱଚାର ଯତ୍ନ

ଶୀତଦିନେ ଶୁଷ୍କ ତ୍ୱଚାର ସମସ୍ୟା ସାଧାରଣତଃ ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ୍, ମଏଶ୍ଚରାଇଜର ଏବଂ ଅନ୍ୟାନ୍ୟ ପ୍ରଡକ୍ଟରେ ଟଙ୍କା ଖର୍ଚ୍ଚ କରିଥାଉ । କିନ୍ତୁ ଏହି ସବୁ ଜିନିଷ ଅସ୍ଥାୟୀ ହୋଇଥାଏ । ଯଦି ଆପଣଙ୍କ ତ୍ୱଚା ଅତ୍ୟାବଶ୍ୟକ ନ୍ୟୁଟ୍ରିୟଣ୍ଟସର ଭରପୂର ଉପାଦାନ ପାଇଥାଏ, ତେବେ ସମସ୍ତ ପ୍ରକାର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସବୁଦିନ ପାଇଁ ଶେଷ ହୋଇପାରେ । ତ୍ୱଚା ଶୁଷ୍କ ହେଉଥିବା ସମସ୍ୟା ଦୂର କରିବା ପାଇଁ ଆପଣ ଖାଦ୍ୟରେ କେଉଁ ପ୍ରକାରର ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ ଆସନ୍ତୁ ଜାଣିବା ।

ହଳଦୀ:
ହଳଦୀ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ପାଇଁ ଜଣାଶୁଣା । ଚର୍ମ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ଏକ ଭଲ ଉପଚାର ହୋଇଥାଏ । ଚର୍ମର ଶୁଷ୍କତା ହ୍ରାସ କରିବାରେ ମଧ୍ୟ ଏହା ବହୁତ ସାହାଯ୍ୟ କରିଥାଏ । ତେଣୁ ଯଦି ଆପଣଙ୍କର ତ୍ୱଚା ଶୁଷ୍କର ସମସ୍ୟା ଅଛି । ତେବେ ଆପଣ ପ୍ରତିଦିନ ହଳଦୀ କ୍ଷୀର ଖାଇବା ଉଚିତ । ଏହା ଆପଣଙ୍କ ତ୍ୱଚାକୁ କୋମଳ, ଚମକଦାର ଏବଂ ମଏଶ୍ଚରାଇଜର ରଖିଥାଏ ।

ଗାଜର:
ସମସ୍ତେ ଶୀତଦିନେ ଗାଜର ଖାଇବାକୁ ପସନ୍ଦ କରନ୍ତି । ଗାଜରରେ ବହୁମାତ୍ରାରେ ବିଟା-କାରୋଟିନ୍ ରହିଥାଏ । ଯାହା ଶରୀରରେ ପ୍ରବେଶ କରିବା ପରେ ଭିଟାମିନ୍ ଏ ରେ ପରିଣତ ହୁଏ । ଏହି ଭିଟାମିନ୍ ଏ ଆପଣଙ୍କ ତ୍ୱଚାକୁ ଶୁଷ୍କ ହେବା ଠାରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଗାଜର ଖାଇବା ଦ୍ୱାରା ପିଗମେଣ୍ଟେସନ୍ ଏବଂ ବାର୍ଦ୍ଧକ୍ୟ ଜନିତ ସମସ୍ୟା ମଧ୍ୟ କମ ହୋଇଥାଏ । ତେଣୁ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଗାଜର ସାମିଲ କରନ୍ତୁ ।

Comments are closed.