ଚା ପିଇବା ପରେ କରନ୍ତୁ ନାହିଁ ଏମିତି ଭୁଲ

ଅଧିକାଶଂ ଲୋକେ ସକାଳେ ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି । ତେବେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚା’ ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ମଧ୍ୟ ପିଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଚା’ ପିଇ ସାରିବା ପରେ ପାଣି ପିଇବା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଫଳରେ ଆମକୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ବର୍ତ୍ତମାନ ଆସନ୍ତୁ ଜାଣିବା ଚା’ ପିଇ ସାରିବା ପରେ ପାଣି ପିଇବା ଦ୍ୱାରା କେଉଁ ସମସ୍ୟା ଦେଖାଦେଇଥାଏ ।

ଦାନ୍ତ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚା’ ପିଇ ସାରି ପାଣି ପିଇବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ । କାରଣ ଦାନ୍ତରେ ଥିବା ଇନୋମେଲ ଗରମ ପରେ ତୁରନ୍ତ ଥଣ୍ଡା ବାଜିଲେ ଏହା ପ୍ରଭାବିତ ହୋଇଥାଏ । ଏଥିସହିତ ଗରମ ପରେ ଥଣ୍ଡା ବାଜିବା ଦ୍ୱାରା ଦାନ୍ତ ମୂଳ ମଧ୍ୟ ଖରାପ ହୋଇଥାଏ । ଯେଉଁ କାରଅଣରୁ ଦାନ୍ତର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ତେଣୁ ଚା ପିଇ ସାରିବା ପରେ ଭୁଲରେ ପାଣି ପିଅନ୍ତୁ ନାହିଁ ।

ନାକରୁ ରକ୍ତ ପଡିବା: ଗରମ ଦିନରେ କିଛି ବ୍ୟକ୍ତିଙ୍କ ନାକରୁ ରକ୍ତ ପଡିଥାଏ । ତେବେ ଏହା ଗରମ କାରଣରୁ ହୋଇନଥାଏ । ବରଂ ଗରମ ଏବଂ ଥଣ୍ଡାର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ କାରଣରୁ ହୋଇଥାଏ । ଯଦି ଚା ପରେ ଥଣ୍ଡା ପାଣି ପିଅନ୍ତି ତେବେ ନାକରୁ ରକ୍ତ ପଡିବା ପରି ସମସୟା ଦେଖା ଦେଇଥାଏ । ତେଣୁ ଚା ପିଇ ସାରିବା ପରେ ପାଣି ପିଇବା ଉଚିତ୍ ନୁହେଁ ।

ଥଣ୍ଡା-ଛିଙ୍କ ସମସ୍ୟା: ମୌସୁମୀ ପରିବର୍ତ୍ତନ କରାଣରୁ ଥଣ୍ଡା ହେବା ଏକ ସାଧାରଣ କଥା । କିନ୍ତୁ ଶରୀରର ତାପମାତ୍ରା ପରିବର୍ତ୍ତନ କାରଣରୁ ମଧ୍ୟ ଥଣ୍ଡା ଛିଙ୍କ ପରି ସମସ୍ୟା ଦେଖାଦେଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଗରମ ଚା ପିଇ ସାରିବା ପରେ ପାଣି ପିଇବା ଦ୍ୱାରା ଏହା ଆମ ଶରୀରର ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ । ଫଳରେ ଥଣ୍ଡା ଛିଙ୍କ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଚା ପରେ କେବେ ବି ତୁରନ୍ତ ପାଣି ପିଅନ୍ତୁ ନାହିଁ ।

ଅଲସରର କାରଣ: ଚା’ ପିଇ ସାରିବା ପରେ ପାଣିଲ ପିଇବା ପାଚନ ତନ୍ତ୍ର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଯାହାଫଳରେ ଅଲସର ପରି ସମସ୍ୟା ଦେଖା ଦେଇଥାଏ । ଅତିସହିତ ଚା ପରେ ପାଣି ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ହୋଇଥାଏ ।

Comments are closed.