କେଉଁ ସମୟର ଭୋକକୁ କେଉଁ ଉପାୟରେ ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା

କେତେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ଭୋକ ନ ଲାଗିବ କାରଣରୁ ଡାକ୍ତରଙ୍କର ପରାମର୍ଶ ନେଇଥାନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଭୋକ ଲାଗିବା ଶରୀର ପାଇଁ ଭଲ। ଏଥିରୁ ଜଣାପଡ଼ିଥାଏ ଯେ ଆମ ଶରୀର ସୁସ୍ଥ ଅଛି, ପରନ୍ତୁ ଲଗାତର ଖାଇବା ଶରୀର ପାଇଁ କ୍ଷତିକାରକ । ସମାଜରେ ଏକ ସ୍ୱାସ୍ଥ୍ୟକର ଜୀବନଯାପନ କରିବା ପାଇଁ ମଣିଷକୁ କେତେ ପ୍ରକାରର ଭୋକ ଲାଗିଥାଏ, ସେହି ଦୃଷ୍ଟିରୁ ଆମେ ଆପଣଙ୍କୁ ୯ ପ୍ରକାରର ଭୋକ ବିଷୟରେ କହିବୁ। ଆସନ୍ତୁ ଜାଣିବା ସବୁଠାରୁ ଅଧିକ ଭୋକ କେତେବେଳେ ଲାଗିଥାଏ ଏବଂ ଏହାକୁ କିପରି ନିୟନ୍ତ୍ରଣ କରିବେ..
–  ପେଟର ଭୋକ : ଏହା ସବୁଠାରୁ ସାମାନ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଭୋକ। ଏହି ସମୟରେ ଆମକୁ ଭୋକର ଅନୁଭବ ନ ହେଲେ ମଧ୍ୟ ଖାଇବା ସମୟ ହେଲେ କେବେ ବ୍ରେକ୍‌ଫାଷ୍ଚ , ଲଞ୍ଚ୍‌ ଏବଂ ଡିନର୍‌ କରିବା, ସେକଥା ଶରୀର ଆମକୁ ଜଣାଇଥାଏ।
–   ଆଖିର ଭୋକ: ଯଦି ଆମ ଆଖି ଆଗରେ ସୁସ୍ୱାଦୁ ଖାଇବା ଏବଂ ପିଇବା ଜିନିଷ ରହିଥାଏ, ତେବେ ନ ଚାହିଁଲେ ମଧ୍ୟ ଆମର ଧ୍ୟାନ ସେହି ଖାଇବା ଆଡ଼କୁ ଆକର୍ଷିତ ହୋଇଥାଏ । ଏପରି ସ୍ଥଳେ ଆପଣ ନିଜର ଧ୍ୟାନକୁ ଅନ୍ୟ ବସ୍ତୁ ଉପରକୁ ହଟାଇ ଏହି ଭୋକକୁ ନିୟନ୍ତ୍ରଣ କରିପାରିବେ।
–  ଶବ୍ଦରୁ ହେଉଥିବା ଭୋକ: ଆପଣ ଦେଖିଥିବେ କୁର୍‌କୁରେ ଏବଂ ଚିପସ୍‌ ଖାଇବା ସମୟରେ ଶବ୍ଦ ହୋଇଥାଏ। ଏହି ସମୟରେ ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ଏହାର ଶବ୍ଦ ଶୁଣି ଭୋକ ଲାଗିଥାଏ। ଏହି ଭୋକକୁ ‘ସାଉଣ୍ଡ୍‌ ହଙ୍ଗର୍‌’ ବା ‘ଶବ୍ଦରୁ ହେଉଥିବା ଭୋକ’ କୁହାଯାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତେବେ ନିଜର ଧ୍ୟାନ ଅନ୍ୟ କୌଣସି ଜିନିଷ ଉପରେ ଦିଅନ୍ତୁ ।
food2–  ବାସ୍ନାରୁ ହେଉଥିବା ଭୋକ : ଭାରତୀୟ ଖାଇବାରେ ଦିଆ ଯାଉଥିବା ଛୁଙ୍କର ବାସ୍ନାରେ ଯେ କୌଣସି ବ୍ୟକ୍ତିଙ୍କୁ ଭୋକ ଲାଗିଥାଏ । ଏହି ବାସ୍ନାରୁ ହେଉଥିବା ଭୋକକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ, ଖାଇବା ପୂର୍ବରୁ ଖାଦ୍ୟର ବାସ୍ନାକୁ ଶୁଙ୍ଘିବା ପାଇଁ ଚେଷ୍ଟା କରନ୍ତୁ ।
–  ମଧ୍ୟରାତ୍ରିରେ ହେଉଥିବା ଭୋକ: ଆପଣଙ୍କୁ ରାତିଅଧରେ ଭୋକ ଲାଗୁଛି କି? କେବଳ ଆପଣ ନୁହନ୍ତି, ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ରାତି ୧୨ଟା ପରେ ଭୋକ ଲାଗିଥାଏ। ସେଥିପାଇଁ ଲୋକ ଚିପସ୍‌, ନୁଡୁଲ୍‌ସ ଏବଂ ବିସ୍କୁଟ୍‌ ଖାଇଥାଆନ୍ତି। ଯଦି ଆପଣ ମଧ୍ୟରାତ୍ରିରେ ଉଠି ଖାଉଛନ୍ତି, ତେବେ ତେଲଯୁକ୍ତ ଜିନିଷ ଖାଇବା ବଦଳରେ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଚା କରନ୍ତୁ।
food1–  ବାରମ୍ବାର ହେଉଥିବା ଭୋକ : ଅନେକ ଲୋକ ଅଛନ୍ତି ଯେଉଁମାନେ ଟିଭି ଦେଖିବା ସମୟରେ କିଛି ନା କିଛି ଖାଇବାକୁ ଭଲ ପାଆନ୍ତି।  କ’ଣ ଆପଣ କେବେ ଭାବିଛନ୍ତି, ଏପରି କାହିଁକି ହୋଇଥାଏ? ବାସ୍ତବରେ ଦେଖିବାକୁ ଗଲେ ଯେବେ ଆମର ଧ୍ୟାନ କୌଣସି ଜିନିଷ ଉପରେ ଥାଏ, ତେବେ ଆମର ହାତ ଆପେ ଆପେ ଖାଇବା ଜିନିଷ ଉପରକୁ ଚାଲି ଯାଇଥାଏ। ଏହି କାରଣରୁ ସିନେମା ଅବା ବହି ପଢ଼ିବା ସମୟରେ ଲୋକେ ଖାଇବାକୁ ଲାଗିଥାଆନ୍ତି।
–  ଭାବପ୍ରବଣତାର ଭୋକ : କିଛି ଲୋକ ଖାଇବା ସହିତ ନିଜ ଆବେଗକୁ ଯୋଡ଼ିଥାଆନ୍ତି। ଯେପରିକି ମା’ ହାତ ତିଆରି ଆଳୁ ପରଟା ବା ଆପଣଙ୍କ ମନ ପସନ୍ଦର ଜିନିଷ, ଯାହା ଆପଣ ଚାହିଁଲେ ବି ନିଜକୁ ରୋକି ପାରନ୍ତି ନାହିଁ । ଏହି ଭୋକ ଉପରେ କାହାର ନିୟନ୍ତ୍ରଣ ନ ଥାଏ । ପେଟ ପୂରା ଥିଲେ ମଧ୍ୟ ଲୋକ ଖାଇବା ପାଇଁ ଇଚ୍ଛା କରିଥାଆନ୍ତି।
–  ଚିନ୍ତାରେ ହେଉଥିବା ଭୋକ : ଏକ ଗବେଷଣାରୁ ଜଣାପଡ଼ିଛି ଯେ ଚିନ୍ତା ସମୟରେ କିଛି ଲୋକଙ୍କୁ ଅଧିକ ଭୋକ ଲାଗିଥାଏ । କିଛି ଲୋକ ବିଶ୍ୱାସ କରିଥାଆନ୍ତି ଯେ ଅଧିକ ଖାଇବା ଦ୍ୱାରା ସେମାନଙ୍କ ସମସ୍ୟା କମ୍‌ ହୋଇଥାଏ ଏବଂ ମନ ଭଲ ରହିଥାଏ ,  କିନ୍ତୁ ଏପରି ଖାଇଲେ ଶରୀରର କ୍ଷତି ହୋଇଥାଏ । ଏହି ସମୟରେ ଖାଇବା ଅପେକ୍ଷା ପାଣି ଓ କଫି ପିଅନ୍ତୁ କିମ୍ବା  ଚକୋଲେଟ୍‌ ଖାଆନ୍ତୁ।
–  ବୋର ଲାଗୁଥିବା ସମୟରେ ହେଉଥିବା ଭୋକ : ଯେବେ ଆପଣଙ୍କ ପାଖରେ କରିବା ପାଇଁ କିଛି କାମ ନଥାଏ, ତା’ହେଲେ ଆପଣ ବୋର୍ ଅନୁଭବ କରିଥାଆନ୍ତି। ସେହି ସମୟରେ ଆପଣଙ୍କୁ ଭୋକ ଲାଗିଥାଏ। ଏହି ଭୋକକୁ ନିୟନ୍ତ୍ରଣ କରିବା ପାଇଁ ବହି ପଢ଼ନ୍ତୁ କିମ୍ବା କୌଣସି ଗେମ୍‌ ଖେଳନ୍ତୁ।

Comments are closed.