ରାଗରେ ମାରିଲେ ୨୯୨ କୁମ୍ଭୀର

କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଣ୍ଡୋନେସିଆର ପପୁଆ ପ୍ରଦେଶ ଅନ୍ତର୍ଗତ ସୋରୋଙ୍ଗ ଜିଲ୍ଲାର ଗ୍ରାମବାସୀମାନେ ପ୍ରତିଶୋଧପରାୟଣ ହୋଇ ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ସୁଗିଟୋ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଘାସ କାଟିବା ପାଇଁ କୁମ୍ଭାର ଫାର୍ମ ନିକଟକୁ ଯାଇଥିବା ବେଳେ ଖସି ପଡିଥିଲେ । ଫଳରେ କୁମ୍ଭୀର ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଗ୍ରାମବାସୀ କ୍ଷୁବ୍ଧ ହୋଇ ଛୁରି ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ଦ୍ୱାରା ଫାର୍ମରେ ଥିବା ୨୯୨ କୁମ୍ଭୀରଙ୍କୁ କାଟି ହତ୍ୟା କରିଛନ୍ତି । ୨୯୨କୁମ୍ଭୀରଙ୍କ ଏକକାଳୀନ ହତ୍ୟା ନେଇ ସାରା ବିଶ୍ୱରେ ହଲଚଲ୍ ମଚିବା ସହିତ ପ୍ରାଣୀପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ।

Comments are closed.