ଦିନକୁ କେତେ ପାଣି ପିଇବା ଦ୍ୱାରା ଆପଣ ସୁସ୍ଥ ରହିବେ

ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଇଁ ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ ।

ଦିନକୁ ପିଇବେ କେତେ ପାଣି ?

– ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା

– ଅର୍ଥାତ୍ ଦିନକୁ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ

– ଜଣେ ବ୍ୟକ୍ତିର କାମ ଅନୁସାରେ ପାଣି ଦରକାର ପଡ଼ିଥାଏ

– ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଅନ୍ତୁ

– ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ

– ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ

– ଖାଦ୍ୟ ଖାଇ ସାରିବା ମାତ୍ରେ ପାଣି ପିଅନ୍ତୁ ନାହିଁ

– ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍

– ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ

– ପାଣି ପିଇଲେ ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ

– ଖାଇ ସାରିବା ମାତ୍ରେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ

– ସଂଧ୍ୟା ପରେ ଅଧିକ ପାଣି ପିଇବା ଠିକ୍ ନୁହେଁ

– ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ

Comments are closed.