ହିନ୍ଦୀ ଦିବସ

ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଦେଶରେ ପାଳିତ ହୁଏ ହିନ୍ଦୀ ଦିବସ । ୧୯୪୯ମସିହା, ଆଜିର ଦିନ ସମ୍ବିଧାନ ସଭାରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲା ।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଏହି ତାରିଖ ଚୟନ କରିଥିଲେ । ବିଶ୍ୱରେ ୩ୟ ସର୍ବାଧିକ ପ୍ରୟୋଗ କରାଯାଉଥିବା ଭାଷା ହେଉଛି ହିନ୍ଦୀ । ଆମ ଦେଶରେ ପ୍ରାୟ ୭୭ ପ୍ରତିଶତ ଲୋକ ହିନ୍ଦୀ କୁହନ୍ତି, ବୁଝନ୍ତି ଓ ପଢ଼ନ୍ତି । ୧୯୫୩ ମସିହାରୁ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ରୂପେ ପାଳନ ଆରମ୍ଭ କରାଗଲା ।

ହିନ୍ଦୀ ଭାଷାକୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ କାର୍ଯ୍ୟାଳୟମାନଙ୍କରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଏ । ଲୋକଙ୍କୁ ପ୍ରେରିତ କରିବାକୁ ଏହି ଦିବସ ଅବସରରେ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ହିନ୍ଦୀ ଭାଷାରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଏ ।

Comments are closed.