କେଜ୍ରିୱାଲଙ୍କୁ କଟାକ୍ଷ କରି ଏମିତି କହିଲେ ଶାହା

ଗାନ୍ଧିନଗର : ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି । ବିଜେପି ପୁଣିଥରେ ଗୁଜୁରାଟରେ ବିଜୟୀ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସରକାରର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସଭାରେ ଶାହା କହିଛନ୍ତି ଯେ ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେ ନାହିଁ । କାରଣ ଗୁଜୁରାଟ ଲୋକ ସେମାନଙ୍କ ଉପରେ ବିଶ୍ବାସ କରନ୍ତି, ଯେଉଁମାନେ କାମ କରନ୍ତି । ଏହି କାରଣରୁ ଗୁଜୁରାଟରେ ଲୋକମାନେ ବିଜେପି ସହିତ ଅଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଦୁଇ ତୃତୀୟାଂଶ ଆସନରେ ବିଜୟ ହାସଲ କରି ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଜେପି ସରକାର ଅମଳରେ ଗୁଜୁରାଟରେ ବିକାଶ ହୋଇଛି । କଂଗ୍ରେସ ସରକାରଙ୍କ ଅମଳରେ ବୋମା ବିସ୍ଫୋରଣ, ସାଂପ୍ରଦାୟିକ ଦଙ୍ଗା ନିୟମିତ ଭାବେ ହେଉଥିଲା । ଏହି କାରଣରୁ ରାଜ୍ୟରେ ବିକାଶ ହୋଇପାରୁନଥିଲା ।

Comments are closed.