ସାଇବର ଠକେଇ ରୋକିବାକୁ ହେଲ୍ପ ଡେସ୍କ

ଭୁବନେଶ୍ୱର,୭ ।୧: ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପ ଡେସ୍କ ଜାରି ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡରେ ଆରମ୍ଭ ହୋଇଛି ହେଲ୍ପ ଡେସ୍କ୍ । ପ୍ରାରମ୍ଭିକ ଭାବେ ଜଣେ ସବ୍ ଇନ୍ସପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ଦାୟିତ୍ୱ ଦିଆଯାଇଛି । ସାଇବର ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ମହିଳାଙ୍କୁ ହଇରାଣ କରୁଥିବା ଫୋନ୍ କଲ୍ ସମ୍ପର୍କରେ ମଧ୍ୟ ଜଣାଇପାରିବେ । ହେଲ୍ପ ଲାଇନ୍ ନମ୍ବର -୭୪୪୦୦୦୬୭୦୯ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ସଙ୍ଗେ ସଙ୍ଗେ ହେଲପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ କଲ୍ ଆସିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି ।

Comments are closed.