କାଲି ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍

ଭୁବନେଶ୍ୱର,୭ ।୧: କାଲି ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ ଡ୍ରାଏରନ୍ ଆରମ୍ଭ ହେବ । କରୋନା ଟିକାର ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଣ୍ଟା ପାଇଁ ଚାଲିବ ଡ୍ରାଏ ରନ୍ । ଏଥିପାଇଁ ସବୁ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଜିଲ୍ଲାପାଳ ବଡ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ଡ୍ରାଏ ରନ୍ ହେବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.