ଅସହାୟ ବାପାଙ୍କୁ ‘ଆଖି’ର ସହାୟତା

ପିଲାମାନଙ୍କ ଖୁସିକୁ ଆଖିରେ ରଖି ନିଜ ଖୁସିର ଜଳାଞ୍ଚଳି ଦିଏ ଜଣେ ପିତା । ପରନ୍ତୁ ପ୍ରତିବଦଳରେ ମିଳେ କଣ ? ପିଲାମାନେ ବଡ ହୋଇ ଭୁଲି ଯାଆନ୍ତି ସେହି କର୍ତ୍ତବ୍ୟ ଓ ତ୍ୟାଗକୁ । ଯାହାଫଳରେ ବୃଦ୍ଧା ଅବସ୍ଥାରେ ବାର ଦ୍ୱାର ଶୁଣ୍ଡି ପିଣ୍ଡା ହେବାକୁ ପଡେ ତାଙ୍କୁ । ଏପରି ଏକ ଦୁଃଖୀ ପିତାକୁ ସହାୟତର ହାତ ବଢାଇଛି ‘ଆଖି’, ଯାହା ମାଧ୍ୟମରେ ତାଙ୍କ ମନରେ ଅଳ୍ପ ଖୁସିର ଜୁଆର ଦେଖିବାକୁ ମିଳିଛି । ପିତୃ ଦିବସରେ ‘ଆଖି’ର ଏପରି ଏକ ପଦକ୍ଷେପକୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନ ମିଳିଛି ।
ଖବର ଅନୁସାରେ, ସଂପୃକ୍ତ ବୃଦ୍ଧାଜଣକ ହେଉଛନ୍ତି କୋଏଲ ନଗର ଅଞ୍ଚଳର ଅଶୋକ ଦାସ । ନିଜର ସବୁକିଛି ତ୍ୟାଗ କରି ପୁଅଝିଅଙ୍କୁ ପଢାଇ ରୋଜଗାର କ୍ଷମ କରିଥିଲେ, ହେଲେ ପିତାଙ୍କୁ ବୃଦ୍ଧା ଅବସ୍ଥାରେ ପଚାରୁ ନାହାନ୍ତି ପିଲା । ଯାହାଫଳରେ ସେକ୍ଟର ୧୯ ଆମ୍ବାଗାସ୍ଥିତ ଯାତ୍ରୀ ପ୍ରତିକ୍ଷାଳୟରେ ଭୋକ ଉପାସରେ ରହୁଛନ୍ତି ସେ । ପିତୃ ଦିବସରେ ସ୍ୱେଚ୍ଛାସେବୀ ସଂଗଠନର ‘ଆଖି’ର କର୍ମକର୍ତ୍ତାମାନେ ଅଶୋକଙ୍କ ଚୁଟି କାଟି ଶୌଚ କରାଇବା ସହିତ ପେଟ ପୁରା ଖାଇବାକୁ ଦେଇଥିଲେ । ପରେ ସ୍ୱାସ୍ଥ୍ୟପରୀକ୍ଷା କରାଇବା ପାଇଁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ ।

Comments are closed.