ରାସ୍ତା ଉପରୁ ମିଳିଲା ଉଲଗ୍ନ ମହିଳାଙ୍କ ମୃତ ଦେହ

ମହିଳାଙ୍କ ଉପରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢିବାରେ ଲାଗିଛି । କେଉଁଠି ଛୋଟ ପିଲା ତ କେଉଁଠି ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ଜଣେ ମହିଳାଙ୍କ ସହ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରି ହତ୍ୟା କରିଛନ୍ତି । ପରେ ମୃତ ଶରୀରକୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ପକାଇ ଚାଲିଯାଇଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ପଞ୍ଚାୟତ ନିକଟସ୍ଥ ଜାତୀୟ ରାଜପଥରେ । ସଂପୃକ୍ତ ମହିଳାଙ୍କ ବୟସ ୩୦ ରୁ ୩୫ ବର୍ଷ ହେବାର ଅନୁମାନ କରାଯାଉଥିବାବେଳେ ଏପର୍ଯ୍ୟନ୍ତ ତାଙ୍କୁ ଚିହ୍ନଟ କରାଯାଇନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ  ଆରମ୍ଭ କରିଦେଇଛି ।

Comments are closed.