ମୁର୍ଦ୍ଦାବାଦ କହି ସୋନାଙ୍କ ପୋଷ୍ଟରରେ ଲଗାଇଲେ ନିଆଁ

ଜଗତର ନାଥ ଜଗନ୍ନାଥ, ଯାହାଙ୍କ ନିକଟକୁ ଧାଇଁ ଆସନ୍ତି କୋଟି କୋଟି ଭକ୍ତ । ପରନ୍ତୁ ଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣ ‘ଆହେ ନିଳ ଶୈଳ’କୁ ଭୁଲ୍ ଭାବରେ ଗାଇ ଗୀତିକାର ସୋନା ମହାପାତ୍ର ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛନ୍ତି । ଏହାକୁ ଆଖିରେ ରଖି ପୁରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ୱର୍ଗଦାର ସାମ୍ନାରେ ପୋଷ୍ଟର ପୋଡିବା ସହ ସୋନାଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଛି । ଟଙ୍କା ପାଇଁ ଭଗବାନଙ୍କ ନାମକୁ ଅପଭ୍ରଂଶ କରି ଗାଇବାକୁ ଘୋର ବିରୋଧ କରିଛି ଏହି ସଂଘଠନ । ଏହା ପୂର୍ବରୁ ସମ୍ବଲପୁର ଗୀତ ‘ରଙ୍ଗବତୀ’ ଓ ସୁଫୀ ଗୀତ ‘ତୋରୀ ସୁରକୁ’ ନେଇ ବିବାଦ ମଧ୍ୟରେ ଥିବା ସୋନା ଜଗନ୍ନାଥଙ୍କ ଗୀତକୁ ନେଇ ପୁଣି ଥରେ ବିବାଦକୁ ଟାଣି ଆଣିଛନ୍ତି । ତେବେ ଦେଖାଯାଉ ପ୍ରଶାସନ ଏବିଷୟରେ କି ପଦକ୍ଷେପ ଗ୍ରହଣ କରିବ ।

Comments are closed.