ପତ୍ନୀଙ୍କ ଦାଢି ପାଇଁ ଛାଡପତ୍ର ଆବେଦନ କଲା ପତି

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପତ୍ନୀଙ୍କ ମୁହଁରେ ଉଠିଥିବା ଦାଢି ଓ କଣ୍ଠ ସ୍ୱରରେ ବିରକ୍ତ ହୋଇ ଛାଡପତ୍ର ପାଇଁ ଆବେଦନ କରିଥିଲେ ପତି ଜଣକ । ଛାଡପତ୍ର ପାଇଁ ଏପରି ଭିର୍ତ୍ତିହୀନ ଅଭିଯୋଗକୁ ଗ୍ରହଣ ନ କରି ଖାରଜ କରିଛି କୋର୍ଟ । ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଅହମଦାବାଦର ଗାନ୍ଧୀନଗର ସହରରେ । ବିବାହ ପୂର୍ବରୁ ବୂର୍ଖାରେ ଦେଖି ଧୋକା ଖାଇଥିବାର ଅଭିଯୋଗ ବ୍ୟକ୍ତି କରିଥିବା ବେଳେ ଯୌତୁକ ଦାବିକୁ ନେଇ ଏପରି ଘଟିଥିବାର ମହିଳା ଜଣକ କହିଛନ୍ତି । ତେବେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଛାଡପତ୍ର ଆବେଦନକୁ ମଞ୍ଜୁରୀ ନ କରି ଖାରଜ କରିଛି ଅହମଦାବାଦ ଫ୍ୟାମିଲି କୋର୍ଟ ।

Comments are closed.